ଭୋପାଳ,୨୭/୮:ମଧ୍ୟ ପ୍ରଦେଶର ଇଟାରସୀରେ ରହୁଥିବା ଆରିଫ ବୃନ୍ଦାବନର ସନ୍ତ ପ୍ରେମାନନ୍ଦ ମହାରାଜଙ୍କୁ ନିଜ କିଡନୀ ଦେବା ପାଇଁ ପ୍ରସ୍ତାବ ରଖିଛନ୍ତି। ଏଥିପାଇଁ ସେ ଜିଲା କଲେକ୍ଟରଙ୍କୁ ଚିଠି ଦେଇ ନିଜର ମନସ୍କାମନା ପ୍ରକାଶ କରିଛନ୍ତି।
ଆରିଫ ଖାନ କହିଛନ୍ତି,ସେ ମହାରାଜଙ୍କର ଆଧ୍ୟାତ୍ମିକ ପ୍ରବଚନ ଓ ସମାଜସେବାର କାର୍ଯ୍ୟରୁ ଅତ୍ୟନ୍ତ ପ୍ରଭାବିତ, ସେହିପାଇଁ ସେ ମହାରାଜଙ୍କୁ ନିଜର କିଡନୀ ଦେବାକୁ ଚାହୁଁଛନ୍ତି।
ଏହି କଥା ପ୍ରେମାନନ୍ଦ ମହାରାଜଙ୍କୁ ପହଞ୍ଚିବାରୁ ସେ ଆରିଫଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ତାହାର ଆବଶ୍ୟକତା ନାହିଁ। ସନ୍ତଙ୍କ ପ୍ରତିନିଧି ଫୋନ କରି ଆରିଫଙ୍କୁ ଏହି ସନ୍ଦେଶ ପହଞ୍ଚାଇଥିଲେ। ଏଥିସହିତ କହିଲେ ଯେ, ମହାରାଜ ଶୀଘ୍ର ଆରିଫଙ୍କୁ ବୃନ୍ଦାବନକୁ ଡାକିବେ। ମହାରାଜ ଏହି କଥା ଶୁଣି ବହୁତ ପ୍ରସନ୍ନ ହୋଇଥିଲେ ଏବଂ କହିଥିଲେ ଯେ, ଆରିଫ ନିଜର ଏହି ପ୍ରୟାସର ମାଧ୍ୟମରେ ସାରା ଦେଶକୁ ସାମ୍ପ୍ରଦାୟିକ ଏକତାର ସନ୍ଦେଶ ଦେଇଛନ୍ତି, ଯାହା ପ୍ରଶଂସାଯୋଗ୍ୟ।
କାହିଁକି କିଡନୀ ଦେବାକୁ ଚାହୁଁଛନ୍ତି ଆରିଫ?
ଆରିଫ ଖାନ କହିଛନ୍ତି,ସେ ସନ୍ତ ପ୍ରେମାନନ୍ଦ ମହାରାଜଙ୍କ ଆଧ୍ୟାତ୍ମିକ ପ୍ରବଚନ, ସମାଜସେବା, ସାଦଗି, ଭକ୍ତି, ଏବଂ ଯୁବମାନଙ୍କୁ ନୈତିକ ଜୀବନର ପ୍ରେରଣା ଦେବାର ସନ୍ଦେଶରୁ ବହୁତ ପ୍ରଭାବିତ। ସେହିପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଆରିଫଙ୍କ ମତରେ, ଏହି ଦାନ ସନ୍ତଙ୍କ ମିଶନକୁ ଆହୁରି ମଜଭୁତ କରିବ ଏବଂ ସେଥିରେ ସେ ନିଜର ଛୋଟ ଅବଦାନ ରଖିପାରିବେ।