ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା ଦ୍ୱାରା ସମସ୍ତ ପାପ ଧୋଇଯାଏ ଏବଂ ଗଙ୍ଗା ଜଳକୁ ଅମୃତ ବୋଲି ବିବେଚନା କରାଯାଏ। ଏହି ପରମ୍ପରା ଶତାବ୍ଦୀ ଧରି ପ୍ରଚଳିତ। କୁହାଯାଏ, ଗଙ୍ଗା ଜଳ ପିଇବା ଦ୍ୱାରା ଅନେକ ରୋଗ ଭଲ ହୁଏ।
ହିନ୍ଦୁ ଧର୍ମ ବ୍ୟତୀତ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ଗଙ୍ଗା ନଦୀକୁ ସମ୍ମାନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋଗଲ ଶାସକମାନେ ଗଙ୍ଗା ନଦୀର ଜଳକୁ ପବିତ୍ର ମାନିଥିଲେ। ଜଣେ ମୋଗଲ ଶାସକ ସର୍ବଦା ଗଙ୍ଗାଜଳ ପିଉଥିଲେ ଏବଂ ଏହାକୁ ସ୍ବର୍ଗର ଜଳ ବୋଲି ମାନିଥିଲେ। ଏହି ମୋଗଲ ଶାସକଙ୍କ ନାମ ଆକବର ଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆବୁଲ ଫଜଲଙ୍କ ପୁସ୍ତକ ‘ଆଇନ-ଇ-ଆକବରୀ’ ରେ ଉଲ୍ଲେଖ ଅଛି। ପୁସ୍ତକରେ କୁହାଯାଇଛି, ଆକବର ଗଙ୍ଗାଜଳ ପିଉଥିଲେ।
ଯେତେବେଳେ ମୋଗଲ ଶାସକ ଆକବର ଆଗ୍ରା ଏବଂ ଫତେପୁର ସିକ୍ରିରେ ରହୁଥିଲେ, ସେତେବେଳେ ତାଙ୍କ ପାନୀୟ ପାଇଁ ଉତ୍ତରପ୍ରଦେଶର ସୋରୋନରୁ ଗଙ୍ଗାଜଳ ଅଣାଯାଉଥିଲା। ଯେତେବେଳେ ଆକବର ଲାହୋରକୁ ତାଙ୍କର ରାଜଧାନୀ କରିଥିଲେ, ସେତେବେଳେ ପିଇବା ପାଇଁ ହରିଦ୍ୱାରରୁ ଗଙ୍ଗାଜଳ ଅଣାଯିବା ଆରମ୍ଭ ହୋଇଥିଲା। ଋଷିକେଶ ଏବଂ ହରିଦ୍ୱାରରୁ ଗଙ୍ଗା ଜଳ ଆଣିବା ପାଇଁ ଅନେକ ଘୋଡ଼ା ସୈନିକଙ୍କୁ ଦିଲ୍ଲୀ ଏବଂ ଆଗ୍ରାରେ ନିୟୋଜିତ କରାଯାଇଥିଲା।
ଏକ ରିପୋର୍ଟ ଅନୁସାରେ, ଆକବର ଘରେ ଏବଂ ଯାତ୍ରା ସମୟରେ କେବଳ ଗଙ୍ଗାଜଳ ପିଉଥିଲେ। ସେ ଗଙ୍ଗାଜଳ ଆଣିବା ପାଇଁ ନଦୀ କୂଳରେ ତାଙ୍କର ସବୁଠାରୁ ବିଶ୍ୱସ୍ତ ଲୋକଙ୍କୁ ନିୟୋଜିତ କରିଥିଲେ। କୌଣସି ବିଷ ମିଶା ନ ଯିବା ପାଇଁ ଆକବରଙ୍କ ପାଇଁ ପାଣି ସିଲ୍ ହୋଇଥିବା ପାତ୍ରରେ ଅଣାଯାଉଥିଲା।
ଆକବରଙ୍କ ଖାଦ୍ୟରେ ଯମୁନା ଏବଂ ଚେନାବ ନଦୀର ପାଣି ବ୍ୟବହାର କରାଯାଉଥିଲା, କିନ୍ତୁ ଏଥିରେ ଗଙ୍ଗାଜଳ ସର୍ବଦା ମିଶ୍ରିତ ହେଉଥିଲା। ଆକବରଙ୍କ ବ୍ୟତୀତ, ବାବର ଏବଂ ହ୍ୟୁମାୟୁନ ମଧ୍ୟ ଗଙ୍ଗା ଜଳକୁ ପସନ୍ଦ କରୁଥିଲେ। ସେ ଏହାକ ୁ ‘ ଆବ-ଏ-ହାୟତ’ବୋଲି ବିବେଚନା କରୁଥିଲେ, ଯାହାର ଅର୍ଥ ‘ସ୍ବର୍ଗରୁ ପାଣି’।
କିଛି ଲୋକ ମୋଗଲ ଶାସକମାନେ ଗଙ୍ଗାଜଳ ପିଇବାର ଅନେକ କାରଣ ଦର୍ଶାଇଛନ୍ତି। ସେମାନେ କୁହନ୍ତି ଯେ, ଗଙ୍ଗା ଜଳ ଦୀର୍ଘ ସମୟ ପାଇଁ ସଂରକ୍ଷଣ କରାଯାଇପାରିବ। କାରଣ ଗଙ୍ଗାଜଳରେ ଜୀବାଣୁ ବୃଦ୍ଧି ପାଏ ନାହିଁ। ପରୀକ୍ଷାରୁ ପ୍ରମାଣିତ ହୋଇଛି ଯେ, ଗଙ୍ଗାଜଳରେ ଅନେକ ଉପାଦାନ ଏବଂ ଖଣିଜ ପଦାର୍ଥ ରହିଛି ଯାହା ଏହାକୁ ଭଲ ରଖିଥାଏ।