ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିଲେ ଏହି ବ୍ୟକ୍ତି: ମିଳିଲା ଏମିତି ଦଣ୍ଡ

ବ୍ରହ୍ମପୁର, ୮।୮(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକସ କୋର୍ଟରେ ଶୁକ୍ରବାର ଏକ ଅପ୍ରାକୃତିକ ଯୌନ ସମ୍ପର୍କ ମାମଲାର ଶୁଣାଣି ହୋଇଛି। ଉପଯୁକ୍ତ ପ୍ରମାଣ ଆଧାରରେ ଜଜ ପ୍ରଣତି ପଟ୍ଟନାୟକ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ହେଲେ ନିତ୍ୟାନନ୍ଦ ପାତ୍ର(୫୭)।
ଘଟଣାରୁ ପ୍ରକାଶ ଯେ, ୨୦୨୩ ମସିହାରେ ଜଣେ ନାବାଳକଙ୍କୁ ଘରକୁ ଡାକି ତାଙ୍କୁ ଭୟଭୀତ କରି ଯୌନ ସମ୍ପର୍କ ରଖାଯାଇଥିଲା। ଏନେଇ ନାବାଳକ ଜଣଙ୍କ ତାଙ୍କ ଘରେ ଜଣାଇଥିଲେ। ପୀଡିତଙ୍କ ମା’ ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ତତ୍କାଳୀନ ତଦନ୍ତକାରୀ ଅଧିକାରୀ ବିଭୁତି ଭୂଷଣ ସେଠୀ ମାମଲା ନଂ ୯୪/୨୩ରେ ଉକ୍ତ ଅଭିଯୁକ୍ତ ନିତ୍ୟାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେ ବ୍ରହ୍ମପୁର ଜେଲରେ ବନ୍ଦୀ ଭାବେ ଥିଲେ। ଆଜି ରାୟ ପ୍ରକାଶବେଳେ ଜଜ ଉପରୋକ୍ତ ଦଣ୍ଡରେ ତାଙ୍କୁ ଦଣ୍ଡିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।