Man Living as Woman: ଭୂତ ଭୟରେ ୩୬ବର୍ଷ ଦରି ମହିଳାଙ୍କ ବେଶରେ ରହୁଛନ୍ତି ଏହି ପୁରୁଷ, ରାତିରେ ଦେଖନ୍ତି ଭୟଙ୍କର ଦୃଶ୍ୟ

Man Living as Woman: ଆଧୁନିକ ଯୁଗରେ ଏମିତି କିଛି ଅନ୍ଧବିଶ୍ୱାସ ରହିଛି ଯାହାକୁ କେବେ ବିଶ୍ୱାସ ମଧ୍ୟ କରିହେବ ନାହିଁ। ବିଜ୍ଞାନ କହୁଛି ଏ ଦୁନିଆରେ ଭୂତପ୍ରେତ ବୋଲି କିଛି ନାହିଁ। କିନ୍ତୁ ଉତ୍ତରପ୍ରଦେଶର ଜୌନପୁରରୁ ଏକ ତାଜୁବ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପୁରୁଷ ଭୂତ ଭୟରେ ଗତ ୩୬ ବର୍ଷ ଧରି ମହିଳାଙ୍କ ବେଶରେ ରହୁଛନ୍ତି।

ଜୌନପୁର ଜିଲାର ଜଣେ ବାସିନ୍ଦା ତିନି ଦଶନ୍ଧିରୁ ଅଧିକ ସମୟ ଧରି ମହିଳାଙ୍କ ପରି ଶାଢୀ ପିନ୍ଧି ସଜେଇ ହୋଇ ରହୁଛନ୍ତି। ମହିଳାଙ୍କ ଭଳି ସଜେଇ ହେବା ଘଟଣାକୁ ନେଇ ବ୍ୟକ୍ତି ଜଣକ କହିଛନ୍ତି,‘ ଏକ ଆତ୍ମା ମୋତେ ବହୁତ ହଇରାଣ କରୁଥିଲା ଏବଂ ଭୟଭୀତ ବି କରୁଥିଲା। ପୁରୁଷ ଭାବରେ ରହିଲେ ମୋ ଜୀବନ ବିପଦରେ ପଡ଼ିପାରେ। ତେଣୁ ନାରୀବେଶ ହୋଇ ୩୬ବର୍ଷ ଧରି ରହୁଛି।

ମୁଁ ତିନିଥର ବିବାହ କରିଥିଲି ଏବଂ ଦ୍ୱିତୀୟ ସ୍ତ୍ରୀ ବଙ୍ଗାଳୀ ଥିଲେ। ତାଙ୍କ ମୃତ୍ୟୁ ପରେ ମୁଁ ସର୍ବଦା ସୱପ୍ନ ଦେଖିଲି କି ତାଙ୍କ ଆତ୍ମା ମୋତେ କଷ୍ଟ ଦେଉଛି। ଏକଦା ସ୍ବପ୍ନ ଦେଖିଲି ମୁଁ ମହିଳାଙ୍କ ବେଶରେ ଅଛି । ଏହି ବେଶରେ ମୁଁ ଥିବାରୁ ଭୂତ ମୋତେ ଭୟଭୀତ କରି ପାରିଲା ନାହିଁ। ସେବେଠାରୁ ମୁଁ ମହିଳାଙ୍କ ଭଳି ଶାଢୀ ପିନ୍ଧି ସଜେଇ ହୋଇ ରହିବାକୁ ବାଧ୍ୟ ହେଉଛି।