ଭାରତରେ ଲୋକମାନେ ସେମାନଙ୍କର ପାଳିତ କୁକୁରମାନଙ୍କୁ ବାହାରକୁ ନେଇ ମଳ କରାଇବା ଏକ ସାଧାରଣ କଥା। ସେମାନେ ରାସ୍ତାରେ କିମ୍ବା ପାର୍କରେ ଏପରି କରନ୍ତି। ରାସ୍ତା ମଇଳା କରିବା କିମ୍ବା ଦୁର୍ଗନ୍ଧ ସୃଷ୍ଟି କରିବା ବିଷୟରେ ସେମାନେ ଆଦୌ ଚିନ୍ତା କରନ୍ତି ନାହିଁ। କିନ୍ତୁ ବ୍ରିଟେନରେ ଏହା ବହୁତ କମ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେଠାରେ କିଛି ଲୋକ କୁକୁରର ମଳ ଉଠାଇ ନିଯୁକ୍ତିପ୍ରାପ୍ତ ଲୋକଙ୍କ ଅପେକ୍ଷା ଅଧିକ ଟଙ୍କା ରୋଜଗାର କରୁଛନ୍ତି। ଏପରି ଜଣେ ବ୍ୟକ୍ତି ଆଜିକାଲି ଚର୍ଚ୍ଚାରେ ଅଛନ୍ତି, ଏହି ଅସାଧାରଣ କାମ କରି ବାର୍ଷିକ ପ୍ରାୟ ୨୯ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି।
ୟୁକେର ଡର୍ବିଶାୟାରର ବାସିନ୍ଦା ୩୯ ବର୍ଷୀୟ କାଇଲ ନ୍ୟୁବି କୁକୁରର ମଳ ଉଠାଇ ଟଙ୍କା ରୋଜଗାର କରନ୍ତି। ଗତ ବର୍ଷ ମାର୍ଚ୍ଚ ମାସରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଦେଖିବା ପରେ ସେ ଏହି ବ୍ୟବସାୟ ‘ପେଟ ପୁ ପିକ’ ଆରମ୍ଭ କରିବାକୁ ପ୍ରେରଣା ପାଇଥିଲେ। ସେ ଜାଣିବାକୁ ପାଇଲେ ଯେ, ଆମେରିକାରେ କୁକୁରର ମଳ ଉଠାଇବା କେତେ ଲୋକପ୍ରିୟ ଥିଲା। ତେଣୁ ଏହାକୁ ପୂର୍ବ ମିଡଲ୍ୟାଣ୍ଡସରେ ଆରମ୍ଭ କରି ସେ ଚେଷ୍ଟା କଲେ।
କାଇଲ ପ୍ରଥମେ ସେ ଏନେଇ ସୋସିଆଲ ମିଡିଆରେ ମଧ୍ୟ ସେ ଏକ ବିଜ୍ଞାପନ ପୋଷ୍ଟ କରିଥିଲେ। ତାଙ୍କର ପୋଷ୍ଟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଧୀରେ ଧରେ ତାଙ୍କର ଗ୍ରାହକ ସଂଖ୍ୟା ବଢିଥିଲା। ସେ ବର୍ତ୍ତମାନ ଜଣେ ବୃତ୍ତିଗତ ମଳ ସ୍କୁପର ଭାବରେ କାମ କରନ୍ତି। ତାଙ୍କର ୩୫ ଜଣ ନିୟମିତ ଗ୍ରାହକ ଅଛନ୍ତି। ସେ ପାର୍ଟଟାଇମ୍ କୁକୁର ମଳ ସଫା କରିବା କାମ କରି ପ୍ରାୟ ୨,୬୮୦ ଡଲାର ରୋଜଗାର କରନ୍ତି, ଯାହା ପ୍ରତି ଘଣ୍ଟାରେ ପ୍ରାୟ ୬୦ ଡଲାର।
ମଳ ଉଠାଇବା ଏବଂ ସଫା କରିବା ପାଇଁ ୧୫ ମିନିଟ ସମୟ ଲାଗେ। ପ୍ରତ୍ୟେକ ବଗିଚା ପାଇଁ ୧୦-୧୫ ମିନିଟ ସମୟ ଲାଗେ। ମଳ ସଫା କରିବା ପରେ, ଆମେ ସେହି ଅଞ୍ଚଳକୁ ଜୀବାଣୁମୁକ୍ତ କରିବା ପାଇଁ ଏକ ମେଶିନ ବ୍ୟବହାର କରୁ ବୋଲି କାଇଲ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଦିନକୁ ପ୍ରାୟ ଚାରି ଘଣ୍ଟା ଗାଡ଼ି ଚଲାଇବାରେ ଏବଂ ପ୍ରାୟ ତିନି ଘଣ୍ଟା ସଫା କରିବାରେ ବିତାଏ। ଏପରିକି ସେ କୁକୁର ମଳ ନିଷ୍କାସନ କରିବା ପାଇଁ ୫୦ ମାଇଲ ପର୍ଯ୍ୟନ୍ତ ଗାଡ଼ି ଚଲାନ୍ତି।