ବିଡିଓ ହେବ ତ ଏମିତି: ଡ୍ରେନରୁ ନିଜେ ଅଳିଆ ସଫା କରିବା ସହ ଲୋକଙ୍କୁ କଲେ ସଚେତନ

ଖଡ଼ିଆଳ,୨।୯(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ବିଡିଓ କାର୍ମି ଓରାମ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ସିନାପାଲି ଗ୍ରାମ ପଞ୍ଚାୟତରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବିଡିଓ। ତାଙ୍କ ସାଙ୍ଗରେ
ଅଲଗା ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତିମାନେ ମଧ୍ୟ ଆସିଥିଲେ। ବିଭିନ୍ନ ସମସ୍ୟା ନେଇ ପ୍ରଶାସନ ଆଗରେ କିଛି ଲୋକ ଅଭିଯୋଗ ଆଣିଥିଲେ।

ବସଷ୍ଟାଣ ଏରିଆର କିଛି ଲୋକ ଡ୍ରେନର ବ୍ୟବସ୍ଥା ଲାଗି ଅଭିଯୋଗ ଆଣିବା ସହ ପ୍ରସାଶନର ନିନ୍ଦା ବି କରିଥିଲେ। ସଙ୍ଗେ ସଙ୍ଗେ ବିଡିଓ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟ ବିଷୟରେ ପଚାରି ବୁଝିବା ସହ ଡ୍ରେନରେ ଅଳିଆ, ଆବର୍ଜନା ଥିବା ଦେଖିବବାକୁ ପାଇଥିଲେ। ଡ୍ରେନରେ କଚଡା ଜମି ରହୁଥିବାରୁ ପାଣି ଯିବାରେ ଅସୁବିଧା ହେଉଛି। ସଫେଇ କର୍ମଚାରୀମାନେ ବାରମ୍ବାର ସଫାସୁତରା କଲେ
ବି କିଛି ଅସାମାଜିକ ଲୋକ ସେଠାରେ ଅଳିଆ ଫୋପାଡୁଛନ୍ତି। ଏସବୁ ଦେଖି ବିଡିଓ ନିଜ ହାତରେ ଡ୍ରେନରୁ ଅଳିଆ ସଫା କରିଥିଲେ। ଆଉ ସେଠାରେ ଅଳିଆ ନ ପକାଇବାକୁ ଲୋକଙ୍କୁ ସଚେତନ କରିଥିଲେ। ବିଡିଓଙ୍କୁ ଏଭଳି କାର୍ଯ୍ୟ କରୁଥିବାର ଦେଖି ଲୋକେ ମଧ୍ୟ ଡ୍ରେନ୍‌ ସଫାସୁତୁରା ରଖିବାକୁ ଅଣ୍ଟା ଭିଡ଼ିଥିଲେ। ସ୍ଥାନୀୟ ଅଞ୍ଚଳବାସୀ ବିଡିଓଙ୍କ କାର୍ଯ୍ୟକୁ ପଶଂସା କରୁଛନ୍ତି।