‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ ସମସ୍ତ ସାମରିକ ଗୋଷ୍ଠୀଙ୍କୁ ସର୍ବୋଚ୍ଚ ନେତାଙ୍କ ନିର୍ଦ୍ଦେଶ ପାଳନ କରି ଗୁଳି ବିରତି କରିବାକୁ ପଡିବ,” ବୋଲି ସେ କହିଛନ୍ତି।

ସେପଟେ ଆମେରିକା-ଇରାନ ଯୁଦ୍ଧବିରତି ଚୁକ୍ତିନାମା ପରେ, ଇରାନର ଲୋକମାନେ ଇରାନୀ ପତାକା ଉଡ଼ାଇ ଯୁଦ୍ଧବିରତି ପାଳନ କରୁଥିବାର ଦେଖାଯାଇଛି।

 

Dharitri – Odisha’s No.1 Odia Daily

Share