ବୟସ ୧୪, ହେଲେ ସାପ ଧରି ସାହସର ପରିଚୟ ଦେଇଛନ୍ତି କେରଳର ଅନନ୍ୟା ବିଶ୍ୱେସ ।
ସ୍କଉଲରେ ପଢୁଥିବାରୁ ସପ୍ତାହନ୍ତରେ ସାପ ଧରିବାକୁ ବାହାରିଯାଉଛନ୍ତି ଏବଂ ଏବେ ସୁଦ୍ଧା ୭୫ରୁ ଊର୍ଦ୍ଧ୍ୱ ସାପ ଧରି ସାରିଲେଣି। ସେ କେରଳର ପାଲାକ୍କାଡ୍ ଜଙ୍ଗଲ ବିଭାଗକୁ ଏ ଦିଗରେ ମଧ୍ୟ ସହଯୋଗ କରୁଛନ୍ତି। ଅନନ୍ୟା ମଧ୍ୟ ଓ୍ବାଇଲ୍ଡ ଲାଇଫ୍ ଫଟୋଗ୍ରାଫର ଭାବେ ଜଣାଶୁଣା। ସେ ପଞ୍ଚମରେ ପଢ଼ୁଥିବା ସମୟରେ ନୀଳଗିରି ପର୍ବତମାଳା ଅଞ୍ଚଳର ଓଟିକୁ ପ୍ରଥମେ ଭ୍ରମଣରେ ଯାଇଥିଲେ ତା ପରେ ବାରମ୍ବାର ସେଡାକୁ ଯିବାକୁ ଚାହିଁଥିଲେ। ପରିସ୍ଥିତି ଏମିତି ହେଲା ତାଙ୍କ ମାତାପିତା ଅନନ୍ୟାଙ୍କୁ ଓଟି ପବ୍ଲିକ ସ୍କୁଲରେନାମ ଲେଖାଇଥିଲେ। ସେ ସେଠାରେ ୮ ବର୍ଷ ପଢ଼ିଛନ୍ତି ଓ ପରେ ପୁଣି କେରଳ ଫେରି ସାପ ଧରୁଛନ୍ତି। ସେ ପ୍ରଥମେ ଓଟିରେ ସାପ ଧରିବା ଆରମ୍ଭ କରିଥିଲେ। ସେ ସାପ ଓ ଅନ୍ୟାନ୍ୟ ସରୀସୃପଙ୍କ ସମ୍ପର୍କରେ ଜୁନିୟର ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି। କେରଳ ବନ ବିଭାଗରୁ ସେ ସାପ ଧରାରେ ବ୍ୟବହାରିକ ପ୍ରଶିକ୍ଷଣ ପାଇଛନ୍ତି। ୨୦୨୩ରେ ମଧୁମଲାଇ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ବାଘ ଉଦ୍ଧାର କାର୍ଯ୍ୟରେ ଭାଗ ନେଇଥିଲେ। ବଡ଼କଥା ହେଉଛି ସେ ୯୫୦୦ରୁ ଅଧିକ ପିଲାଙ୍କୁ ବନ୍ୟପ୍ରାଣୀ ସମ୍ପର୍କରେ ସଚେତନ କରିବାରେ ସକ୍ଷମ ହୋଇିଛନ୍ତି। ଅନନ୍ୟା ୬ଟି ଭାଷାରେ କଥା ହୋଇପାରୁଥିବାରୁ ପିଲାମାନଙ୍କୁ ବନ୍ୟପ୍ରାଣୀ ସମ୍ପର୍କରେ ସଚେତନ କରାଇବା ସହଜ ହେଉଛି।