Categories: Home Leftଖେଳ

ର଼୍ୟାକେଟ ଉପରେ ଶୁଝାଇଲେ ସବୁ ରାଗ ବିଶ୍ୱର ନମ୍ବର ଓ୍ବାନ ଟେନିସ୍‌ ଖେଳାଳି

ମେଲବୋର୍ନ,୧୬।୨: ଚଳିତ ଅଷ୍ଟ୍ରେଲିଆ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ମଙ୍ଗଳବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆଲେକ୍ସଜାଣ୍ଡର ଜାଭରେଭଙ୍କ ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ବିଶ୍ୱର ନମ୍ବର ଓ୍ବାନ ସିଙ୍ଗଲ୍ସ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ କୋର୍ଟରେ ର଼୍ୟାକେଟ ଉପରେ ସବୁ ରାଗ ସାରି ଦେଇଛନ୍ତି।

ମ୍ୟାଚ୍‌ର ତୃତୀୟ ସେଟ୍‌ରେ ୪-୧ ବ୍ୟବଧାନରେ ପଛୁଆ ଥିବାବେଳେ ଭୁଲବଶତଃ ଏକ ଗେମ ପଏଣ୍ଟ ହାତରୁ ଚାଲିଯିବାରୁ ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ ଜୋକୋଭିକ୍‌। ଏହାପରେ ର଼୍ୟାକେଟକୁ କୋର୍ଟରେ ବାଡ଼େଇ ବାଡ଼େଇ ଭାଙ୍ଗି ଦେଇଥିଲେ। ଏଥିଯୋଗୁ ତାଙ୍କୁ ଅମ୍ପାୟରଙ୍କଠାରୁ ଚେତାବନୀ ମଧ୍ୟ ମିଳିଥିଲା। ତେବେ ୧୭ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନଙ୍କ ପାଇଁ ଏହା ନୂଆ କଥା ନୁହେଁ। ଗତବର୍ଷ ମଧ୍ୟ ସମାନ ଘଟଣା ଘଟାଇଥିଲେ ଜୋକୋଭିଚ୍‌। ହେଲେ କ୍ୱାର୍ଟର ଫାଇନାଲ ମ୍ୟାଚ୍‌କୁ ୬ (୬)-୭, ୬-୨, ୬-୪, ୭-୬(୬) ସେଟ୍‌ରେ ଜିତି ସେମିଫାଇନାଲରେ ପ୍ରବେଶ କରିଛନ୍ତି ୩୩ ବର୍ଷୀୟ ସର୍ବିଆ ଖେଳାଳି।