କମିବନି ଭକ୍ତନିବାସ ପାର୍କିଂ ଫି: ୪ ଚକିଆ ଗାଡି ପାର୍କିଂ କଲେ ଦେବାକୁ ପଡିବ ଏତିକି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କଲେ ସ୍ପଷ୍ଟ

ପୁରୀ,୯।୧: ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ପ୍ରଶାସକ କହିଛନ୍ତି, ଭକ୍ତ ନିବାସରେ ସ୍ବଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ରୁମ ଭଡ଼ା ଦିଆଯାଉଛି। ବାହାରୁ ଆସୁଥିବା ଅନେକ ଭକ୍ତ ଚାରିଚକିଆ ଗାଡ଼ି ନେଇ ଆସୁନାହାନ୍ତି। ଯେଉଁମାନେ ଚାରିଚକିଆ ଆଣି ଆସୁଛନ୍ତି ପାର୍କିଂ ଫି ଦିନକୁ ୫ ଶହ ଟଙ୍କା ଦେବେ। ଅନ୍ୟ ବାହାର ଲୋକ ଭକ୍ତ ନିବାସରେ ଗାଡ଼ି ପାର୍କିଂ କରିପାରିବେ ନାହିଁ। ଅନ୍ୟ ପାର୍କିଂ ସ୍ଥଳରେ ୨୪୦ ଟଙ୍କା ଦେଇ ଗାଡ଼ି ପାର୍କିଂ କରୁଛନ୍ତି ଯାତ୍ରୀ।

 

Dharitri – The Largest & Most Trusted Odia Daily