ନୂଆଦିଲ୍ଲୀ,୨୨।୨: ଭାରତ ଏବଂ ବାଂଲାଦେଶ ମ୍ୟାଚ ପାଇଁ ଚାମ୍ପିଅନ୍ସ ଟ୍ରଫି 2025 ବ୍ରାଣ୍ଡ ଆମ୍ବାସାଡର ଶିଖର ଧାୱନ ଦୁବାଇରେ ପହଞ୍ଚିଥିଲେ। ଏହି ମ୍ୟାଚ ସମୟରେ ଧାୱନଙ୍କୁ ଜଣେ ମିଷ୍ଟ୍ରି ଗାର୍ଲଙ୍କ ସହିତ ଦେଖିବାକୁ ମିଳିଥିଲା। କୁହାଯାଉଛି ଧାୱନ ଏହି ମହିଳାଙ୍କୁ ଡେଟ କରୁଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି। କିନ୍ତୁ ଧାୱନ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ରିପୋର୍ଟ ଅନୁସାରେ, ଧାୱନଙ୍କ ସହିତ ଦେଖାଯାଇଥିବା ମହିଳା ଆୟରଲାଣ୍ଡର।
ଟିମ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିଲା। ଏଥିରେ ଭାରତ 6 ୱିକେଟରେ ବିଜୟୀ ହୋଇଥିଲା। ଶୁଭମନ ଗିଲ ଚମତ୍କାର ପ୍ରଦର୍ଶନ କରି ଶତକ ହାସଲ କରିଥିଲେ। ଭାରତର ପରବର୍ତ୍ତୀ ମ୍ୟାଚ ପାକିସ୍ତାନ ସହିତ। ରବିବାର ଦିନ ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ।
ସୂଚନାଥାଉ କି, ଶିଖର ଧାୱନଙ୍କ ବିବାହ ବିଚ୍ଛେଦ ହୋଇଯାଇଛି। ସେ ତାଙ୍କଠାରୁ ୧୦ ବର୍ଷ ବଡ଼ ମହିଳାଙ୍କୁ ବିବାହ କରିଥିଲେ। ଧାୱନ ଏବଂ ଆୟେଶା ମୁଖାର୍ଜୀ ୨୦୧୨ ମସିହାରେ ବିବାହ କରିଥିଲେ। କିନ୍ତୁ ଏବେ ସେମାନେ ଅଲଗା ହୋଇଯାଇଛନ୍ତି। ଧାୱନ ଏବଂ ଆୟେଶାଙ୍କର ଏକ ପୁଅ ମଧ୍ୟ ଅଛି। ତାଙ୍କ ନାମ ଜୋରାଭର।