Categories: Home Leftଖେଳ

ଏହି ଭାରତୀୟ ଖେଳାଳିଙ୍କୁ ମିଳିଲା ସର୍ବାଧିକ ମୂଲ୍ୟ; ପ୍ରଥମ ପର୍ଯ୍ୟାୟରେ ଅନସୋଲ୍ଡ ରହିଲେ ଭଜି, କେଦାର

ଚେନ୍ନାଇ, ୧୮।୨ : ଆଇପିଏଲର ୧୪ତମ ସଂସ୍କରଣ ଲାଗି ଅନୁଷ୍ଠିତ ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ କ୍ରିଷ୍ଣପ୍ପା ଗୋଥାମଙ୍କୁ ମିଳିଛି ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ସର୍ବାଧିକ ମୂଲ୍ୟ। ଏହି ସ୍ପିନ ଅଲରାଉଣ୍ଡରଙ୍କୁ ୯.୨୫ କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ୨୦ ଲକ୍ଷ ଟଙ୍କାର ବେସ୍‌ ପ୍ରାଇସ୍‌ ଥିବା ଖେଳାଳିଙ୍କ ପାଇଁ କେକେଆର ଓ ଏସ୍‌ଆର୍‌ଏଚ୍‌ ସହ ସିଏସ୍‌କେକୁ ପ୍ରତିବନ୍ଦ୍ୱିତା କରିବାକୁ ପଡ଼ିଥିଲା।

ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟରେ ଭେଟେରାନ ସ୍ପିନର ହରଭଜନ ସିଂ ଓ କେଦାର ଯାଦବଙ୍କ ପ୍ରତି କୌଣସି ଫ୍ରାଞ୍ଚାଇଜ ଇଚ୍ଛା ପ୍ରକଟ କରି ନାହାନ୍ତି। ଦୁଇ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା।