ଦାରିଙ୍ଗବାଡି,୨୨।୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଖେଳକୁଦ ସମୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଉକ୍ତ ବ୍ଲକ ତିଲୋରୀ ପଞ୍ଚାୟତ ସାମନବାଡ଼ି ଗ୍ରାମର ଯତୀନ୍ଦ୍ର ମଲିକଙ୍କ ପୁଅ ସାନିଏଲ ମଲିକ ବୋଲି ଜଣାପଡିଛି। ସାନିଏଲଙ୍କ ବାମ ହାତକୁ ଆଘାତ ପହଞ୍ଚିଛି। ଆହତ ଛାତ୍ରଙ୍କୁ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କ ହାତର ଏକ୍ସରେ ବାହାର କରାଯିବା ସହ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଛି। ସରସ୍ବତୀ ପୂଜା ପାଇଁ ଅନ୍ୟ ଛାତ୍ରୀଛାତ୍ରମାନେ ମଣ୍ଡପ ସଜ୍ଜିତ କରୁଥିବାବେଳେ କିଛି ଛାତ୍ରମାନେ ଖେଳକୁଦ ସମୟରେ ଏହି ଘଟଣା ଘଟିଥିଲା।