କ୍ୟାନ୍‌ସର ଆଶଙ୍କା ଦୂର କରେ ଏହି ଫଳ, ନିୟମିତ ଖାଆନ୍ତୁ…

ଅଙ୍ଗୁରରେ ଏଭଳି ତତ୍ତ୍ୱ ରହିଛି ଯାହା କ୍ୟାନ୍‌ସର ଆଶଙ୍କାକୁ କେତେକାଂଶରେ ଦୂର କରିପାରେ। ଏଭଳି ମତବ୍ୟକ୍ତ କରିଛନ୍ତି ଇଂଲଣ୍ଡର କ୍ୟାନ୍‌ସର ବିଶେଷଜ୍ଞମାନେ। ନିକଟରେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ‘କ୍ୟାନ୍‌ସର ଏବଂ ଅଙ୍ଗୁର’ ବିଷୟକୁ ନେଇ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ସମୟରେ ଏହାର ପରିସରଭୁକ୍ତ କ୍ୟାନ୍‌ସର ଆକ୍ରାନ୍ତ କେତେକ ବ୍ୟକ୍ତିଙ୍କୁ ନିୟମିତ ଅଙ୍ଗୁର ଖାଇବାକୁ ପରାମର୍ଶ ଦିଆଯାଇଥିଲା। ଅପରପକ୍ଷରେ ନିୟମିତ ସମୟ ବ୍ୟବଧାନରେ ଏହାର ପ୍ରଭାବ କ୍ୟାନ୍‌ସର ଉପରେ କିପରି ରହୁଛି ତାହାକୁ ବିଶେଷଜ୍ଞମାନେ ତର୍ଜମା କରି ଏକଥା ଜାଣିପାରିଛନ୍ତି। ଏଥିରେ ରେସ୍‌ଭେରାଟ୍ରୋଲ୍‌ ନାମକ ଏକ ତତ୍ତ୍ୱ ରହିଛି ଯାହା କ୍ୟାନ୍‌ସର ଆଶଙ୍କାକୁ କେତେକ ମାତ୍ରାରେ କମାଇଦିଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ ସେତିକି ନୁହେଁ, ଅଙ୍ଗୁରରେ ଆଣ୍ଟି ଅକ୍ସିଡାଣ୍ଟର ମାତ୍ରା ଅଧିକ ରହିଛି। ଏଥିରେ ଭିଟାମିନ୍‌-ସି ଅଧିକ ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ।

 

Dharitri – Odisha’s No.1 Odia Daily

 

Share