ଏହି ମହିଳା ଖେଳାଳିଙ୍କୁ ମିଳିବ ଗୋଲ୍ଡ ବ୍ୟାଟ୍‌-ବଲ୍‌: ସିଏବିର ବଡ଼ ଘୋଷଣା

କୋଲକାତା,୬।୧୧: କ୍ରିକେଟ୍‌ ଆସୋସିଏଶନ ଅଫ୍‌ ବେଙ୍ଗଲ(ସିଏବି) ପକ୍ଷରୁ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ମହିଳା ଦଳର ଉଇକେଟ୍‌କିପର-ବ୍ୟାଟର ରିଚା ଘୋଷ୍‌ଙ୍କୁ ଶନିବାର ଇଡେନ୍‌ ଗାର୍ଡେନ୍ସରେ ସମ୍ବର୍ଦ୍ଧିତ କରାଯିବ। ଏହି ଉତ୍ସବରେ ତାଙ୍କୁ ସ୍ବତନ୍ତ୍ର ଭାବେ ନିର୍ମିତ ଗ୍ଲୋଲ୍ଡ ପ୍ଲେଟେଡ୍‌ ବ୍ୟାଟ୍‌ ଓ ବଲ୍‌ ପ୍ରଦାନ କରାଯିବ। ଉକ୍ତ ବ୍ୟାଟ୍‌ ଓ ବଲ୍‌ରେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ କିମ୍ବଦନ୍ତୀ ପେସର ଝୁଲଣ ଗୋସ୍ବାମୀଙ୍କ ହସ୍ତାକ୍ଷର ରହିଛି। ଉଭୟ କିମ୍ବଦନ୍ତୀ କ୍ରିକେଟର ରିଚାଙ୍କୁ ତାଙ୍କର ଉଲ୍ଲେଖନୀୟ ଉପଲବ୍ଧି ଓ ଭାରତୀୟ କ୍ରିକେଟ୍‌ ପ୍ରତି ମୂଲ୍ୟବାନ୍‌ ଅବଦାନ ପାଇଁ ଯଥାକ୍ରମେ ବ୍ୟାଟ୍‌ ଓ ବଲ୍‌ ପ୍ରଦାନ କରିବେ।

 

Dharitri – Odisha’s No.1 Odia Daily