ଟିମ୍‌ ଇଣ୍ଡିଆର ଏହି ଫାଷ୍ଟ୍‌ ବୋଲର୍‌ କରୋନା ପଜିଟିଭ୍‌…

ନୂଆଦିଲ୍ଲୀ,୮।୫: ଟିମ୍‌ ଇଣ୍ଡିଆର ଫାଷ୍ଟ୍‌ ବୋଲର୍‌ ପ୍ରସିଦ୍ଧ କ୍ରିଷ୍ଣାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଆଇପିଏଲ୍‌ର ୧୪ତମ ସିଜିନ୍‌ରେ ସେ କୋଲକାତା ନାଇଟ୍‌ ରାଇଡର୍ସରେ ସାମିଲ ହୋଇଥିଲେ। ଏହାପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସର ବରୁଣ ଚକ୍ରବର୍ତ୍ତୀ, ସନ୍ଦୀପ୍‌ ଓ୍ବାରିୟର ଏବଂ ଟିମ୍‌ ସିଫର୍ଟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଇଂଲଣ୍ଡ ଗସ୍ତ ପାଇଁ ହୋଇଥିବା ଚୂଡ଼ାନ୍ତ ତାଲିକାରେ ପ୍ରସିଦ୍ଧ କ୍ରିଷ୍ଣାଙ୍କର ନାମ ଷ୍ଟାଣ୍ଡ୍‌ବାଏରେ ରହିଛି। ତେବେ ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଏହି ୫ ଷ୍ଟେଟ୍‌ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ସିରିଜ୍‌ରୁ ବାଦ୍‌ ପଡ଼ିବା ନିଶ୍ଚିତ ହୋଇଛି। ପ୍ରସିଦ୍ଧ କ୍ରିଷ୍ଣାଙ୍କ ସହିତ ଅଭିମନ୍ୟୁ ଇଶ୍ୱରନ୍‌ ଏବଂ ଅରଜାନ୍‌ ନାଗଓ୍ବାସଓ୍ବାଲାଙ୍କ ନାମ ମଧ୍ୟ ଷ୍ଟାଣ୍ଡ୍‌ବାଏ ତାଲିକାରେ ରହିଛି।