ସିଡନୀ,୨।୯: ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୫ ବର୍ଷୀୟ ଷ୍ଟାର୍କ କହିଛନ୍ତି, ସେ ଭାରତର ଟେଷ୍ଟ ଗସ୍ତ, ଆଶେସ ଏବଂ ୨୦୨୭ ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି। ସେ ଜୁନ ୨୦୨୪ରେ ଭାରତ ବିପକ୍ଷରେ ଶେଷ ଟି-୨୦ ଖେଳିଥିଲେ।
ମିଚେଲ ଷ୍ଟାର୍କ କହିଛନ୍ତି,ଟେଷ୍ଟ କ୍ରିକେଟ ସର୍ବଦା ମୋର ପ୍ରାଥମିକତା ରହିଆସିଛି। ମୁଁ ଅଷ୍ଟ୍ରେଲିଆ ପାଇଁ ଖେଳିଥିବା ପ୍ରତ୍ୟେକ ଟି-୨୦ ମ୍ୟାଚ୍ର ପ୍ରତ୍ୟେକ ମିନିଟ୍କୁ ଉପଭୋଗ କରିଥିଲି, ବିଶେଷକରି ୨୦୨୧ ବିଶ୍ୱକପ୍ରେ। କେବଳ ଆମେ ଟାଇଟଲ ଜିତିବା ପାଇଁ ନୁହେଁ, ବରଂ ଆମର ଦଳ ଚମତ୍କାର ଥିଲା ଏବଂ ସେହି ସମୟରେ ଆମେ ବହୁତ ମଜା କରିଥିଲୁ।
ପରବର୍ତ୍ତୀ ବର୍ଷ ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆର ଏକ ବ୍ୟସ୍ତ କାର୍ଯ୍ୟସୂଚୀ ରହିଛି। ଏଥିରେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ, ଦକ୍ଷିଣ ଆଫ୍ରିକା ଗସ୍ତ, ନ୍ୟୁଜିଲାଣ୍ଡ ବିପକ୍ଷ ୪ ମ୍ୟାଚ୍ର ସିରିଜ ଅନ୍ତର୍ଭୁକ୍ତ। ଜାନୁଆରୀ ୨୦୨୭ରେ, ଅଷ୍ଟ୍ରେଲିଆ ଭାରତ ଗସ୍ତରେ ୫ ଟେଷ୍ଟ ସିରିଜ ଖେଳିବ, ଯାହା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବ। ଏହା ପରେ, ଦିନିକିଆ ବିଶ୍ୱକପ ୨୦୨୭ ଦକ୍ଷିଣ ଆଫ୍ରିକା, ନାମିବ୍ୟା ଏବଂ ଜିମ୍ବାୱେରେ ଅନୁଷ୍ଠିତ ହେବ, ଏଥିରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ଡିଫେଣ୍ଡିଂ ଚାମ୍ପିଅନ ଭାବରେ ପ୍ରବେଶ କରିବ। ଷ୍ଟାର୍କ ଟେଷ୍ଟ ଏବଂ ଦିନିକିଆକୁ ପ୍ରାଥମିକତା ଦେଇ T20କୁ ବିଦାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ମିଚେଲ ଷ୍ଟାର୍କ କହିଛନ୍ତି, ଭାରତୀୟ କ୍ରିକେଟ ଦଳ ବିପକ୍ଷରେ ଟେଷ୍ଟ ସିରିଜ, ଆଶେସ ଏବଂ ତା’ପରେ ୨୦୨୭ରେ ଦିନିକିଆ ବିଶ୍ୱକପ। ମୁଁ ଭାବୁଛି ନିଜକୁ ଫିଟ ରଖିବା ଏବଂ ଏହି ଟୁର୍ନାମେଣ୍ଟଗୁଡ଼ିକରେ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବା ପାଇଁ ଏହା ଠିକ। ଏହା ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା T20 ବିଶ୍ୱକପ ପାଇଁ ପ୍ରସ୍ତୁତ ହେବା ପାଇଁ ନୂତନ ବୋଲିଂ ୟୁନିଟକୁ ମଧ୍ୟ ପର୍ଯ୍ୟାପ୍ତ ସମୟ ଦେବ।
ଷ୍ଟାର୍କ ସେପ୍ଟେମ୍ବର ୨୦୧୨ରେ ପାକିସ୍ତାନ ବିପକ୍ଷରେ ତାଙ୍କର ଟି-୨୦ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ତାଙ୍କର ଶେଷ ଟି-୨୦ ମ୍ୟାଚ ଭାରତ ବିପକ୍ଷରେ ଥିଲା, ଯାହା ସେ ଜୁନ ୨୪, ୨୦୨୪ରେ ଖେଳିଥିଲେ। ୧୨ ବର୍ଷର କ୍ୟାରିୟରରେ, ମିଚେଲ ଷ୍ଟାର୍କ ୬୫ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଥିଲେ। ଏଥିରେ ତାଙ୍କ ନାମରେ ୭୯ଟି ଉଇକେଟ ରହିଛି।