ନୂଆଦିଲ୍ଲୀ,୬।୬: ଇଂଲଣ୍ଡର ଦ୍ରୁତ ବୋଲର ବ୍ରାଇଡନ କାର୍ସେ ତାଙ୍କ ଜୀବନର ଏକ ଲୋମଟାଙ୍କୁରା ଘଟଣା ପ୍ରକାଶ କରିଛନ୍ତି। ସେ କହିଛନ୍ତି,ଦିନେ ଏକ ନିରନ୍ତର ଯନ୍ତ୍ରଣାଦାୟକ ସମସ୍ୟାରୁ ସୁସ୍ଥ ହେବା ପାଇଁ ତାଙ୍କ ପାଦର ଆଙ୍ଗୁଠି କାଟିବାକୁ ଚିନ୍ତା କରିଥିଲେ। କାରଣ ଏହା ତାଙ୍କୁ ମାସ ମାସ ଧରି ଖେଳରୁ ଦୂରେଇ ରଖିଥିଲା।
ଇଂଲଣ୍ଡର ସବୁଠାରୁ ଉଦୀୟମାନ ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ଜଣେ କାର୍ସେଙ୍କୁ ମାତ୍ର ପାଞ୍ଚଟି ଟେଷ୍ଟରେ ୨୭ ଉଇକେଟ ନେଇଛନ୍ତି। ଜୁନ ୨୦ରୁ ଲିଡ୍ସରେ ଆରମ୍ଭ ହେଉଥିବା ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ପାଇଁ ଦଳରେ ସାମିଲ କରାଯାଇଛି।
୨୯ ବର୍ଷୀୟ ଦ୍ରୁତ ବୋଲର ବୋଲିଂ କରିବା ସମୟରେ ତାଙ୍କ ବାମ ଆଙ୍ଗୁଠିରେ ଗଭୀର ଆଘାତ ଲାଗିଥିଲା। ସଂକ୍ରମିତ ସ୍ଥାନ କଟା ହୋଇଥିଲା। ଏହି ସମସ୍ୟା ଚଳିତ ବର୍ଷ ଆରମ୍ଭରେ ଇଂଲଣ୍ଡର ଭାରତ ଗସ୍ତ ସମୟରେ ଦେଖାଦେଇଥିଲା, ଯାହା ତାଙ୍କୁ ଚାମ୍ପିଅନ୍ସ ଟ୍ରଫିରୁ ସମେତ ତିନି ମାସ ପାଇଁ କ୍ରିକେଟରୁ ଦୂରରେ ରହିବାକୁ ବାଧ୍ୟ କରିଥିଲା।
କାର୍ସେ କହିଛନ୍ତି, ଗୋଟିଏ ସମୟରେ ମୁଁ ଶୋଇକି ଭାବୁଥିଲି ମୁଁ ଏ ସମସ୍ୟାରୁ କେମିତି ମୁକୁଳିବି। ସେହି ସମୟରେ ଆଙ୍ଗୁଠି କାଟିଦେବା କଥା ମନକୁ ଆସିଥିଲା। କିନ୍ତୁ ଡାକ୍ତର ପରାମର୍ଶ ଦେଇ କହିଥିଲେ, ତୁମକୁ ସନ୍ତୁଳନ ପାଇଁ ଏହା ଆବଶ୍ୟକ ତେଣୁ ଏହି ଧାରଣା ମନକୁ ଆଣନି।