ସଡ଼କ ଦୁର୍ଘଟଣାରେ ଏହି କ୍ରିକେଟରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ନୂଆଦିଲ୍ଲୀ,୧୨।୯: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଏସିଆ କପ ୨୦୨୫ରେ ଖେଳୁଛି, ଦଳର ପରବର୍ତ୍ତୀ ମ୍ୟାଚ ରବିବାର ପାକିସ୍ତାନ ସହିତ ଅଛି। ସେହିପରି ମହିଳା କ୍ରିକେଟ ଦଳ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଦିନିକିଆ ସିରିଜ ଖେଳିବାକୁ ଯାଉଛି, ପ୍ରଥମ ମ୍ୟାଚ ରବିବାର ଖେଳାଯିବ। ଏହି ସମୟରେ ଜମ୍ମୁ ଏବଂ କଶ୍ମୀରରୁ ଏକ ଦୁଃଖଦ ଖବର ଆସିଛି। କ୍ରିକେଟର୍‌ କାଞ୍ଚନ କୁମାରୀଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

କଶ୍ମୀର ସଂଯୋଜକଙ୍କ ଅନୁଯାୟୀ, କାଞ୍ଚନ କୁମାରୀ ଜଣେ କ୍ରିକେଟର୍‌ ହେବା ସହିତ ଜଣେ ଶାରୀରିକ ଶିକ୍ଷୟିତ୍ରୀ ଥିଲେ। ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଯୁବ ସେବା ଏବଂ କ୍ରୀଡ଼ା ନିର୍ଦ୍ଦେଶାଳୟ (YSS) ତାଙ୍କ ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିଛି। YSS ମହାନିର୍ଦ୍ଦେଶକ ଅନୁରାଧା ଗୁପ୍ତା ଶୋକ ପ୍ରକାଶ କରିଛନ୍ତି ଏବଂ କାଞ୍ଚନଙ୍କୁ ଜଣେ ଉତ୍ସର୍ଗୀକୃତ ଖେଳାଳି ଏବଂ ଗତିଶୀଳ ଖେଳାଳି ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଜମ୍ମୁ ଏବଂ କଶ୍ମୀରରେ କ୍ରିକେଟ ଏବଂ କ୍ରୀଡ଼ାର ବିକାଶରେ କାଞ୍ଚନର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।