ମୁଁ ୬ଟି ବିୟର୍‌ ପିଇଦେବି କହି ଫସିଲେ ଏହି କ୍ରିକେଟର୍‌: ଦଳରୁ ପଡ଼ିଲେ ବାଦ୍‌

ନୂଆଦିଲ୍ଳୀ,୭।୧୧: ଇଂଲଣ୍ଡ ବିପକ୍ଷ ଆସେସ ସିରିଜର ପ୍ରଥମ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆର ଦଳ ଘୋଷଣା କରାଯାଇଛି। ପ୍ରଥମ ଟେଷ୍ଟ ନଭେମ୍ବର ୨୧ ତାରିଖରେ ପର୍ଥରେ ଖେଳାଯିବ। ପ୍ୟାଟ କମିନ୍ସଙ୍କ ଆଘାତ ଯୋଗୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଦିନିକିଆ ଏବଂ ଟି୨୦ ଅଧିନାୟକ ମିଚେଲ ମାର୍ଶଙ୍କୁ ଦଳରୁ ବାଦ ଦିଆଯାଇଛି। ଗତ ମାସରେ ମାର୍ଶ ପର୍ଥ ଟେଷ୍ଟ ସମୟରେ ବିୟର ପିଇବା ସ୍ବୀକାର କରି ସମସ୍ତଙ୍କୁ ଚକିତ କରିଥିଲେ। ଏହି ସ୍ବୀକାରୋକ୍ତି ତାଙ୍କ ଉପରେ ଓଲଟା ପ୍ରଭାବ ପକାଇଥିଲା, ଏବଂ ହୁଏତ ସେଥିପାଇଁ ତାଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି ମଧ୍ୟ ଏହି ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି।

ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି, ପ୍ରଥମ ଆସେସ ଟେଷ୍ଟ ପାଇଁ ମିଚେଲ ମାର୍ଶଙ୍କୁ ଅଷ୍ଟ୍ରେଲିଆ ଦଳରୁ ବାଦ ଦେବାର କାରଣ ବ୍ୟାଖ୍ୟା କରିଛନ୍ତି। ସେ କହିଛନ୍ତି, ଆମେ ICC ନିକଟକୁ ଯାଇଥିଲୁ ଏବଂ ସେଠାରେ ସମସ୍ୟା ଥିଲା ଯେ ସେମାନେ ଅମ୍ପାୟାରମାନଙ୍କୁ ପଡ଼ିଆରେ ବ୍ରେଥଆଲାଇଜର ବହନ କରିବାକୁ ଅନୁମତି ଦିଅନ୍ତି ନାହିଁ। ଯଦି ସେ ପ୍ରଥମ ବଲ ବୋଲିଂ କରିବା ପର୍ଯ୍ୟନ୍ତ ଛଅଟି ବିୟର ପିଇ ଥାଆନ୍ତି, ତେବେ ଏହା ଏକ କଷ୍ଟକର ପରିସ୍ଥିତି ହେବ।”

ଗତ ମାସରେ, ଏକ ସାକ୍ଷାତକାର ସମୟରେ, ମିଚେଲ ମାର୍ଶ ଆସେସରେ ଖେଳିବା ବିଷୟରେ ମଜାରେ କହିଥିଲେ, ପର୍ଥ ଟେଷ୍ଟର ପ୍ରଥମ ଦିନ ମଧ୍ୟାହ୍ନ ଭୋଜନ ସୁଦ୍ଧା ମୁଁ ଛଅଟି ବିୟର ପିଇ ସାରିଥିବି। କିନ୍ତୁ ମୁଁ ଆଉ କେବେ ଟେଷ୍ଟ କ୍ରିକେଟ ଖେଳିବାକୁ ମନା କରିବି ନାହିଁ। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ମାର୍ଶ ଶେଷ ଥର ପାଇଁ ଡିସେମ୍ବର ୨୦୧୪ରେ ଟିମ ଇଣ୍ଡିଆ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ ଖେଳିଥିଲେ। ସେବେଠାରୁ ତାଙ୍କୁ ଏହି ଫର୍ମାଟରେ ଖେଳିବାର ସୁଯୋଗ ମିଳିନାହିଁ।

Satarupa:

Dharitri – Odisha’s No.1 Odia Daily

 

Share