ଗମ୍ଭୀରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଏହି କ୍ରିକେଟର୍‌: ଜାଣିଶୁଣି ରୋହିତ ଶର୍ମାଙ୍କୁ…

ନୂଆଦିଲ୍ଳୀ,୧୬।୧:ଅକ୍ଟୋବର ୨୦୨୫ରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତର ଦିନିକିଆ ଦଳ ଘୋଷଣା ହେବାର ଥିଲା। ଶୁବମନ ଗିଲଙ୍କ ନାମ ‘ଅଧିନାୟକ’ ଭାବରେ ପ୍ରକାଶ ପାଇବା ମାତ୍ରେ ଭାରତୀୟ କ୍ରିକେଟ ପ୍ରଶଂସକମାନେ ଜାଣିପାରିଲେ ଯେ, ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଯୁଗ ଶେଷ ହୋଇଯାଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିବାର କିଛି ମାସ ପରେ ତାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ଏବେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ମନୋଜ ତିୱାରୀ ଗୌତମ ଗମ୍ଭୀରଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି।
ମନୋଜ ତିୱାରୀ ଗୌତମ ଗମ୍ଭୀରଙ୍କ ନାଁ ନ ନେଇ କହିଛନ୍ତି ଯେ, ମୁଖ୍ୟ ଚୟନକର୍ତ୍ତା (ଅଜିତ ଅଗରକର) ବିଶ୍ୱ ସମ୍ମୁଖରେ ନିଷ୍ପତ୍ତି ଘୋଷଣା କରିଥିଲେ ମଧ୍ୟ, କୋଚ ଏଥିରେ ନିଶ୍ଚୟ ଅବଦାନ ରଖିଥିବେ। କେହି ଏକା ଏପରି ନିଷ୍ପତ୍ତି ନିଅନ୍ତି ନାହିଁ, ଉଭୟ ସମାନ ଭାବରେ ଦାୟୀ। ଜାଣିଶୁଣି ଏତେ ବଡ଼ ନିଷ୍ପତ୍ତି ନିଆଯାଇଛି।
ପୂର୍ବ କ୍ରିକେଟର ମନୋଜ ତିୱାରୀ ବର୍ତ୍ତମାନ ଦଳର ସ୍ଥିତି ଉପରେ କହିଛନ୍ତି, ପ୍ଲେଇଂ ଇଲେଭେନ ଚୟନରେ ଲଗାତାର ଭୁଲ ହୋଇଛି। ଯେତେବେଳେ ଜଣେ ଟି୨୦ ବିଶ୍ୱକପ ଏବଂ ଚାମ୍ପିଅନ୍ସ ଟ୍ରଫି ବିଜେତା ଅଧିନାୟକଙ୍କୁ ହଠାତ୍‌ ଜଣେ ନୂତନ ଅଧିନାୟକ ଦ୍ୱାରା ବଦଳାଯାଏ, ଏହା ଅନାବଶ୍ୟକ। ଏହା ଦଳକୁ ପ୍ରଭାବିତ କରେ।

 

Dharitri – Odisha’s No.1 Odia Daily