ଓ୍ବାଶିଂଟନ,୧୧।୩: ସାରା ବିଶ୍ୱରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ସର୍ଭର ହୋଇଯାଛି। ଫଳରେ ୟୁଜର୍ସମାନେ ନାହିଁ ନ ଥିବା ଅସୁବିଧାର ସାମ୍ନା କରୁଛନ୍ତି। ଆମେରିକାର DOGE ବିଭାଗର ମୁଖ୍ୟ ଏଲନ ମସ୍କ ଦାବି,ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ଟୱିଟର) ୟୁକ୍ରେନ ଅଞ୍ଚଳରୁ ଏକ ସାଇବର ଆକ୍ରମଣ ଦ୍ୱାରା ପ୍ରଭାବିତ ହୋଇଛି। ଏହା ଯୋଗୁ ଏକ୍ସର ସର୍ଭର ସାରା ବିଶ୍ୱରେ ଡାଉନ ହୋଇଯାଇଥିଲା।
ମସ୍କ କହିଛନ୍ତି, ପ୍ରକୃତରେ କ’ଣ ଘଟିଥିଲା ତାହା ଆମେ ଜାଣିନାହୁଁ, କିନ୍ତୁ ଏକ୍ସ ସିଷ୍ଟମକୁ ଭାଙ୍ଗିବା ପାଇଁ ୟୁକ୍ରେନ ଅଞ୍ଚଳର ଏକ IP ଠିକଣା ବ୍ୟବହାର କରି କ୍ସାଇବର ଆକ୍ରମଣ କରାଯାଇଥିଲା।’ ଏକ୍ସର ସ୍ଥିତି କ୍ଏବେ ସମ୍ପୂର୍ଣ୍ଣ ଠିକ ଅଛି।
ପୂର୍ବରୁ ଏକ୍ସ ପୋଷ୍ଟରେ, ମସ୍କ ସାଇବର ଆକ୍ରମଣରେ ଏକ ବିପଦଜନକ ଗୋଷ୍ଠୀ କିମ୍ବା ଏକ ଦେଶ ସମ୍ପୃକ୍ତ ଥିବା ସମ୍ଭାବନା ପ୍ରକାଶ କରିଥିଲେ। ସେ ଲେଖିଛନ୍ତି, ଏକ୍ସ ଉପରେ ସାଇବର ଆକ୍ରମଣ ହୋଇଛି। ପ୍ରତିଦିନ ଏକ୍ସ ଉପରେ ସାଇବର ଆକ୍ରମଣ ହେଉଛି, କିନ୍ତୁ ଏଥର ଏକ୍ସକୁ ବଡ଼ ଧରଣର ଟାର୍ଗେଟ କରାଯାଇଥିଲା। ଏହା କ’ଣ କୌଣସି ବିପଦପୂର୍ଣ୍ଣ ଗୋଷ୍ଠୀର କାମ ନା କୌଣସି ଦେଶ ମଧ୍ୟ ଏଥିରେ ସାମିଲ ଅଛି? ଏହାକୁ ଯାଞ୍ଚ କରାଯାଉଛି।
ସୂଚନାଯୋଗ୍ୟ,ଏଲନ ମସ୍କ ରୁଷ ଯୁଦ୍ଧକୁ ନେଇ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଅନେକ ଥର ସମାଲୋଚନା କରିଛନ୍ତି। ୟୁକ୍ରେନୀୟ ରାଷ୍ଟ୍ରପତିଙ୍କୁ ଜଣେ ଏକଛତ୍ରବାଦୀ ବୋଲି କହି ମସ୍କ କହିଥିଲେ।