ମୋଟାପଣକୁ କମ୍‌ ଦେଖାଇଥାଏ ଏହି କଲର ଆଉଟ୍‌ଫିଟ୍‌

ଷ୍ଟାଇଲିଶ୍‌ ଓ ଗ୍ଲାମର୍ସ ଦେଖାଯିବା ପାଇଁ ହେଲେ ପ୍ରଥମେ ନିଜ ଆଉଟ୍‌ଫିଟ୍‌ ଉପରେ ଧ୍ୟାନଦେବାକୁ ହେବ। ତେବେ ବ୍ଲାକ୍‌ କଲର ଆଉଟ୍‌ଫିଟ୍‌ ମୋଟାପଣକୁ କମ୍‌ ଦେଖାଇଥାଏ। ତେଣୁ ପ୍ଲସ୍‌ ସାଇଜ୍‌ ମହିଳା ଏହି ରଙ୍ଗର ବିଭିନ୍ନ
ଡିଜାଇନ ଆପଣାଇ ପାରିବେ…
ବ୍ଲାକ୍‌ କଲର ଡ୍ରେସ୍‌ କିଣୁଥିଲେ ପ୍ରିଣ୍ଟେଡ୍‌ର ଲମ୍ବା ଡ୍ରେସ୍‌ କିଣନ୍ତୁ। ଏଭଳି ଡ୍ରେସ୍‌ ପିନ୍ଧିଲେ ପତଳା ଦେଖାଯିବେ।
ଯଦି ହାଇଟ୍‌ ଠିକ୍‌ ଥିବ ଓ ପ୍ଲସ୍‌ ସାଇଜ୍‌ ହୋଇଥିବ ତା’ହେଲେ ଭର୍ଟିକାଲ ଲାଇନ୍‌ ପ୍ରିଣ୍ଟଥିବା ଡ୍ରେସ୍‌ ପିନ୍ଧନ୍ତୁ।
ବ୍ଲାକ୍‌ର ବେଲ୍ଟ ଡ୍ରେସ୍‌ ମଧ୍ୟ ପ୍ଲସ୍‌ ସାଇଜ୍‌ ମହିଳାଙ୍କୁ ଭଲ ଲାଗିବ। ଏଭଳି ଡ୍ରେସ୍‌ରେ ବଡି ଫ୍ୟାଟ୍‌ କମ୍‌ ଲାଗିବ। ତେବେ ମୋଟା ବେଲ୍ଟ ପିନ୍ଧନ୍ତୁ, କିଛି ମାତ୍ରାରେ ପେଟ ଚାପି ହୋଇ ଛୋଟ ଲାଗିବ।
କଟନ୍‌ ଓ ଡେନିମ୍‌ ଫାବ୍ରିକ୍‌ର ଡ୍ରେସ୍‌ ପିନ୍ଧନ୍ତୁ ନାହିଁ, ଏଥିରେ ଅଧିକ ମୋଟା ଜଣାପଡ଼ିବ।
ଲାଇଲନ୍‌ କ୍ରେପ୍‌ ଓ ଶିଫନ୍‌ ଭଳି ଫାବ୍ରିକ୍‌ର ଫିଟିଂ ଡ୍ରେସ୍‌ ପିନ୍ଧନ୍ତୁ, ପତଳା ଦେଖାଯିବେ।
ବ୍ଲାକ୍‌ ଶାଢ଼ିରେ ମଧ୍ୟ ମୋଟାପଣକୁ କିଛି ମାତ୍ରାରେ ଲୁଚାଇ ହେବ। ଶାଢ଼ିରେ ମଧ୍ୟ ଭର୍ଟିକାଲ୍‌ ପ୍ରିଣ୍ଟ ପିନ୍ଧନ୍ତୁ ଅଧିକ ପତଳା ଲାଗିବେ। ତେବେ ଶାଢ଼ି ପିନ୍ଧିବା ସମୟରେ ପେଟିକୋଟ୍‌ ଠିକ୍‌ ଭାବେ ବାନ୍ଧନ୍ତୁ ନଚେତ୍‌ ମୋଟା ଲାଗିବେ।