ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ ଧାରାବାହିକ ‘କାୟଲ’ରେ ଏକ ପ୍ରମୁଖ ଚରିତ୍ରରେ ଅଭିନୟ କରୁଥିଲେ। ତାଙ୍କ ମୃତ୍ୟୁ ସମଗ୍ର ତାମିଲ ଟିଭି ଶିଳ୍ପକୁ ସ୍ତବ୍ଧ କରିଦେଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟା ପୂର୍ବରୁ ସ୍ବାମୀଙ୍କ ସହ ତାଙ୍କର ଝଗଡା ହୋଇଥିବା ଅଭିଯୋଗ ହୋଇଛି।

ସୁଭାଷିନୀ ତାଙ୍କର ଦ୍ୱିତୀୟ ବିବାହ ବାର୍ଷିକୀ ୨୧ ଏପ୍ରିଲରେ ପାଳନ କରିବାର କାର୍ଯ୍ୟକ୍ରମ ଥିଲା। ସେ ସୁଭାଷିନୀ ଚେନ୍ନାଇର ଆୟାପ୍ପନ୍ଥାଙ୍ଗଲ ଅଞ୍ଚଳରେ ଏକ ଘରୋଇ ଆପାର୍ଟମେଣ୍ଟରେ ରହୁଥିଲେ। ଶ୍ରୀଲଙ୍କାର ମୂଳ ବାସିନ୍ଦା ସୁଭାଷିନୀ ପୂର୍ବରୁ ତାଙ୍କ ସ୍ବାମୀ ପିପିନ ସହିତ ବେଙ୍ଗାଲୁରୁରେ ରହୁଥିଲେ; କିନ୍ତୁ ତାଙ୍କ କ୍ୟାରିୟର ଯୋଗୁ ସେ ଚେନ୍ନାଇର ପୋରୁରରେ ରହୁଥିଲେ।
ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିବା ସୁଭାଷିନୀ ଗତକାଲି ରାତିରେ ଭିଡିଓ କଲ ମାଧ୍ୟମରେ ତାଙ୍କ ସ୍ବାମୀଙ୍କ ସହ କଥା ହୋଇଥିଲେ। ଏହି କଥାବାର୍ତ୍ତା ସମୟରେ, ଦମ୍ପତିଙ୍କ ମଧ୍ୟରେ ଏକ ପାରିବାରିକ ବିବାଦ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଫଳସ୍ବରୂପ ସୁଭାଷିନୀ ମାନସିକ ଯନ୍ତ୍ରଣାର ଶିକାର ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଭାଷିନୀଙ୍କ ମୃତଦେହକୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସୁଭାଷିନୀ ତାଙ୍କ ସ୍ବାମୀଙ୍କ ସହ ଭିଡିଓ କଲ ମାଧ୍ୟମରେ କଥା ହୋଇଥିଲେ। ଏହି କଥାବାର୍ତ୍ତା ସମୟରେ ଏକ ପାରିବାରିକ ବିବାଦ ଉପୁଜିଥିଲା, ଯାହା ଫଳରେ ମାନସିକ ଚାପରେ ସେ ଆତ୍ମହତ୍ୟା କରିଥିଲେ। ପୋଲିସ ମାମଲାର ତଦନ୍ତ ଜାରି ରଖିଛି।
ସୁଭାଷିନୀ ଅଭିନୟ କ୍ୟାରିୟର ପୂର୍ବରୁ ବିଭିନ୍ନ ଟିଭି ଶୋ ଏବଂ ଇଭେଣ୍ଟ ପାଇଁ ଆଙ୍କର୍‌ ଭାବରେ କାମ କରିଥିଲେ। ସେ ଶ୍ରୀଲଙ୍କା ପର୍ଯ୍ୟଟନ ମନ୍ତ୍ରଣାଳୟର ପ୍ରମୋଟର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହା ସହିତ ସେ ବସନ୍ତମ ଟିଭିର ଆଙ୍କର୍‌ ଭାବରେ କାମ କରିଥିଲେ। ସେ କଲମ୍ବୋରେ ଅବସ୍ଥିତ ଭିଜୁଆଲ ଆଣ୍ଡ ପରଫର୍ମିଂ ଆର୍ଟସ ବିଶ୍ୱବିଦ୍ୟାଳୟରେ ତାଙ୍କର ପାଠପଢ଼ା ଜାରି ରଖିଥିଲେ। ସେତେବେଳେ ସେ ବେଙ୍ଗାଲୁରୁରେ ରହୁଥିଲେ।

 

Dharitri – Odisha’s No.1 Odia Daily