ଅଭିନେତ୍ରୀ ଶମା ସିକନ୍ଦର ପ୍ରାୟତଃ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ଥାନ୍ତି। ଏବେ ପୁଣି ଥରେ ସେ ଆଲୋଚନାକୁ ଆସିଛନ୍ତି। କାରଣ ଶମା ୪୪ ବର୍ଷ ବୟସରେ ମା’ ହୋଇଛନ୍ତି। ଏହି ସୂଚନା ଶେୟାର କରି ସେ ସୋସିଆଲ ମିଡିଆରେ ତାଙ୍କ ଛୋଟ ଝିଅର ଫଟୋ ଶେୟାର କରିଛନ୍ତି। ଫଟୋରେ ଶମା ତାଙ୍କ ଶିଶୁ କନ୍ୟାକୁ କୋଳରେ ଧରିଥିବାର ଦେଖାଯାଉଛି। ଫଟୋ ଶେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ଆଜିକାଲି ମୋ ଜୀବନ ଏହିପରି ଚାଲିଛି। ଶମା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି କି ତାକୁ ପୋଷ୍ୟ ଗ୍ରହଣ କରିଛନ୍ତି ତାହା ପ୍ରକାଶ କରିନାହାଁନ୍ତି। ଖୁବ ଶୀଘ୍ର ଏହି ଗୁପ୍ତ କଥା ସେ ଆନୁଷ୍ଠାନିକ ଭାବରେ ଘୋଷଣା କରିବେ ବୋଲି କୁହାଯାଉଛି।
ଶମା ଅନେକ ବର୍ଷ ଧରି ପରଦାରୁ ଦୂରରେ ଅଛନ୍ତି। ଶମା ତାଙ୍କଠାରୁ ଚାରି ବର୍ଷ ସାନ ଜେମ୍ସ ମିଲିରନଙ୍କୁ ବିବାହ କରିଛନ୍ତି। ବିବାହ କରିବା ପୂର୍ବରୁ ଏହି ଯୋଡ଼ି କିଛି ବର୍ଷ ପାଇଁ ଡେଟ କରିଥିଲେ। ତା’ପରେ ସେମାନଙ୍କର ଗୋଆରେ ଏକ ଡେଷ୍ଟିନେସନ ବିବାହ ହୋଇଥିଲା।
ଶମାଙ୍କ ସ୍ବାମୀ ଜେମ୍ସ ଜଣେ ବ୍ୟବସାୟୀ। ପ୍ରାୟତଃ କାମ ପାଇଁ ବିଦେଶ ଭ୍ରମଣ କରନ୍ତି। ସେ ତାଙ୍କ ସ୍ତ୍ରୀଙ୍କ ସହିତ ମୁମ୍ବାଇରେ ଅଧିକାଂଶ ସମୟ ବିତାଇଥାନ୍ତି।