କେସିଙ୍ଗା,୧୭।୮(ତୁମେଶ୍ୱର ସାହୁ) : କେସିଙ୍ଗା ସିଟିଜେନ ଫୋରମ୍ ପକ୍ଷରୁ ଏକ ସାଧାରଣ ବୈଠକ ଫୋରମର ସଭାପତି ଡ଼.ହେମସାଗର ସାହାଙ୍କ ସଭାପତିତ୍ୱରେ ରବିବାର ସରକାରୀ ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଥିଲା।
ବୈଠକରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ କେସିଙ୍ଗା ସହରର ବିଭିନ୍ନ ସମସ୍ୟା ଏବଂ ସମାଧାନ ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଫୋରମ ପକ୍ଷରୁ ୧୩ ଦଫା ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ବୈଠକରେ ଜିଲାର ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀ ଯୋଗ ଦେଇଥିଲେ।
କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଖାଲି ଥିବା ଡାକ୍ତର ନିଯୁକ୍ତିନେଇ କେସିଙ୍ଗା ସିଟିଜେନ ଫୋରମ ପକ୍ଷରୁ ଦାବି କରାଯାଇଇଛି। ଜିଲାପାଳ ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।