ସୁଖଶାନ୍ତିରେ ରହିବା ପାଇଁ ବାସ୍ତୁ

ସୁଖଶାନ୍ତିରେ ରହିବାକୁ କିଏ ନ ଚାହେଁ। କିନ୍ତୁ ବେଳେବେଳେ ଏମିତି ହୁଏ କିଛି କାରଣ ନଥାଇ ବି ପରିବାରରେ ଅଶାନ୍ତି ବଢିଯାଏ। ସମ୍ପର୍କରେ ତିକ୍ତତା ଦେଖାଦିଏ। ତେଣୁ ପରିବାର ସଦସ୍ୟଙ୍କ ଭିତରେ ସମ୍ପର୍କ କେମିତି ମଜଭୁତ୍‌ ରହିବ ସେ ନେଇ ଜାଣନ୍ତୁ କିଛି ବାସ୍ତୁ ଟିପ୍ସ:

* ପରିବାରରେ ହସଖୁସିର ମାହୋଲକୁ ବଢାଇବା ପାଇଁ ପ୍ରତି ରୁମ୍‌ର ଦକ୍ଷିଣ-ପଶ୍ଚିମ ଦିଗରେ କ୍ରିମ୍‌ କଲର୍‌ର ଫୁଲଦାନୀରେ ହଳଦିଆ ରଙ୍ଗର ଫ୍ରେସ୍‌ ଫୁଲକୁ ରଖିବା ଉତ୍ତମ ହୋଇଥାଏ। ଫୁଲ ମଉଳିଗଲେ ତୁରନ୍ତ ତାହାକୁ ବଦଳାଇଦେବେ ଓ ଯେତେ ସମ୍ଭବ ଆର୍ଟିଫିସିଆଲ୍‌ ଫୁଲର କମ୍‌ ବ୍ୟବହାର କରିବେ।
* ଲିଭିଂ ରୁମ୍‌ର ଦକ୍ଷିଣ-ପଶ୍ଚିମ ଦିଗରେ କ୍ରିଷ୍ଟାଲ୍‌ର ଏକ ବଡ଼ ସାଇଜ ବଲ୍‌ ରଖିବା ଦ୍ୱାରା ପରିବାରରେ ସ୍ନେହପ୍ରେମ ବଢିଥାଏ ବୋଲି ବିଶ୍ୱାସ ରହିଛି। ଲିଭିଂ ରୁମ୍‌ରେ ମାତ୍ର ଗୋଟିଏ ହିଁ କ୍ରିଷ୍ଟାଲ୍‌ ବଲ୍‌ ରଖିବେ କିମ୍ବା ଟଙ୍ଗାଇଦେବେ, ଏକାଧିକ ରଖିବେ ନାହିଁ।
* ପରିବାରରେ ଏକତା ବୃଦ୍ଧି କରିବାକୁ ଚାହୁଁଥିଲେ, ଲିଭିଂ ରୁମ୍‌ର ଦକ୍ଷିଣ-ପଶ୍ଚିମ କାନ୍ଥରେ ଫ୍ୟାମିଲି ଫଟୋ ଲଗାଇପାରିବେ। ଦେଖିବେ ଉକ୍ତ ଫଟୋରେ ଯେମିତି ସବୁ ସଦସ୍ୟଙ୍କ ମୁହଁରେ ହସ ଭରି ରହିଥିବ।
* ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଭୋଜନ କରିବା ଦ୍ୱାରା ବି ଘରେ ଖୁସିର ମାହୋଲ ବଢିଥାଏ। ସବୁ ସମୟରେ ଯଦି ଏହା ସମ୍ଭବ ନହେଉଛି ତା’ହେଲେ ପ୍ରତିଦିନ ଗୋଟିଏ ଥର ହେଉନା କାହିଁକି ଏପରି କରିବାକୁ ଚେଷ୍ଟା କରିବା ଆବଶ୍ୟକ।