ମନ୍ଦିରରୁ ମୂର୍ତ୍ତି ସହ ଅଳଙ୍କାର ସବୁ ନେଇଗଲେ ଦୁର୍ବୃତ୍ତ, ସକାଳୁ ପୂଜକ ଦେଖିବା ପରେ…

ବାଲିଗୁଡା,୧୦।୧୧: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ଥାନା ମହାସିଙ୍ଗି ପଞ୍ଚାୟତ ୫୯ ନଂ.ଜାତୀୟ ରାଜପଥ କଡରେ ଥିବା ଇଷ୍ଟଦେବୀ ମା’ କାକବୁଢା (ଧୂଙ୍ଗିଆ ଦେଇ)ଙ୍କ ମନ୍ଦିରରୁ ଚୋରି। ମନ୍ଦିର ଗେଟ୍‌ ତାଲାଭାଙ୍ଗି ରବିବାର ମଧ୍ୟ ରାତ୍ରରେ କାକବୁଢା ପ୍ରତିମୂର୍ତ୍ତି ସହ ସୁନା ଆଖି ଚାରିଗୋଟି, ଗୋଟିଏ ରୂପା ମୁକୁଟ ଓ ପିତଳ ନାଗ ସାପ ଅଠର ଗୋଟି ଚୋରିକରି ନେଇଯାଇଛନ୍ତି ଦୁର୍ବୃତ୍ତ। ସକାଳୁ ମନ୍ଦିର ପୂଜା କରିବାକୁ ଆସିଥିବା ବେଳେ ପୂଜକ ଏହା ଦେଖିବାକୁ ପାଇଥିଲେ। ଏହା ପରେ ପୂଜକ ଜଣଙ୍କ ସଙ୍ଗେ ସଙ୍ଗେ ମନ୍ଦିର କମିଟିକୁ ଜଣାଇଥିଲେ। ମନ୍ଦିର କମିଟି ପୋଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅନୁଧ୍ୟାନ କରିବା ସହ ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି ।

 

Dharitri – The Largest & Most Trusted Odia Daily

 

Share
Tags: odisha