ବରଗଡ଼ରେ ମାତିଛନ୍ତି ଚୋର, ରାତିରେ ସ୍କୁଲରୁ ଚୋରି କରି ନେଲେ…

ବରଗଡ଼, ୩୧।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଦିନକୁ ଦିନ ଚୋରି, ଲୁଟପାଟ୍ ଆଦି ଅପରାଧ ବଢି ଚାଲିଛି। ଗୁରୁବାର ରାତିରେ ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ପରିସରରୁ ସ୍କୁଲର ଅନେକ ଆସବାବପତ୍ର ଚୋରି ହୋଇ ଯାଇଥିବା ଅଭିଯୋଗ ହୋଇଛି । ସ୍କୁଲ ବାରଣ୍ଡାର ତାଲା ଭାଙ୍ଗି ଚୋର ମାନେ ଭିତରକୁ ପଶି ଅଫିସ ରୁମ୍ କମନ୍ ରୁମ୍, ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ୍ ଓ ମିଟିଂ ହଲର ତାଲା ଭାଙ୍ଗି ମିଟିଂ ହଲରେ ଲାଗିଥିବା ଇନଭର୍ଟର, ବ୍ୟାଟେରୀ, ୟୁପି ଏସ, ମାଇକ ସେଟ୍ ଜେନେରେଟର ସେଟ୍ ଆଦି ଚୋରି କରି ନେଇ ଯାଇଛନ୍ତି । ସେହିପରି ସ୍କୁଲ ଅଫିସରେ ଥିବା ଆଲମୀରା ତାଡି ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଫୋଫାଡ଼ି ଫିଙ୍ଗି ଦେଇଛନ୍ତି । ଶୁକ୍ରବାର ପ୍ରଧାନ ଶିକ୍ଷକ ଓ କର୍ମଚାରୀ ମାନେ ସ୍କୁଲକୁ ଆସି ଏସବୁ ଦେଖିଲା ପରେ ପ୍ରଧାନ ଶିକ୍ଷକ ବରଗଡ଼ ଟାଉନ ଥାନାରେ ତଲା ଦେବା ସହିତ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ପୋଲିସ ସନ୍ଧାନୀ କୁକୁର ସହିତ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଥିବା ସୂଚନା ମିଳିଛି । ଏହା ପୂର୍ବରୁ ମଧ୍ୟ ଏହି ସ୍କୁଲର କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା । ମାତ୍ର ଏପର୍ଯ୍ୟନ୍ତ ପୋଲିସ୍ ଟେର୍ ସୁଦ୍ଧା ପାଇ ପାରି ନାହିଁ।

Dharitri – Odisha’s No.1 Odia Daily