ଗୋଟିଏ ରାତିରେ ୩ଟି ମନ୍ଦିରରୁ ଚୋରି , ଦାନ ହୁଣ୍ଡି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା

ଚିକିଟି,୧୮।୧୦(ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ ନୂଆଗାଁ ଅନ୍ତର୍ଗତ ଶୁକ୍ରବାର ବିଳମ୍ବିତ ରାତିରେ ୩ଟି ମନ୍ଦିରରୁ ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇ ଦୁର୍ବୃତ୍ତମାନେ ଫେରାର୍‌ ହୋଇଥିବା ଜଣାପଡିଛି। ଏ ନେଇ ୩ଟି ମନ୍ଦିରର ପୂଜାରୀ ପୃଥକ ପୃଥକ ଭାବେ କେ ନୂଆଗାଁ ଥାନାରେ ଜଣାଇବା ପରେ ଘଟଣାସ୍ଥଳକୁ କେ ନୂଆଗାଁ ପୋଲିସ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡିଛି ।ସୂଚନା ଯୋଗ୍ୟ, କେ ନୂଆଗାଁ ଥାନା ଅନ୍ତର୍ଗତ କୃଷ୍ଣପୁର ଗ୍ରାମ ସ୍ଥିତ ଘୋଡ଼ାଦେବୀ ମନ୍ଦିର ଓ ବାଲୁକେଶ୍ୱର ମନ୍ଦିର ଏବଂ କେ ନୂଆଗାଁ ଗ୍ରାମ ସ୍ଥିତ ଘନେଶ୍ୱର ମନ୍ଦିର ପରିସରରେ ଥିବା ଦୀର୍ଘ ବର୍ଷ ଧରି ଭକ୍ତମାନେ ଦାନ ହୁଣ୍ଡିରେ ଦାନ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୩ଟି ମନ୍ଦିରରୁ ଦାନ ହୁଣ୍ଡି ଭାଙ୍ଗି ଲକ୍ଷlଧିକ ଟଙ୍କା ଲୁଟି ନେଇ ଫେରାର ହୋଇଥିବା ଜଣାପଡିଛି । ଏହିଭଳି ଚିକିଟି ଅଞ୍ଚଳରେ ବାରମ୍ବାର ଚୋରି ଘଟଣା ଘଟୁଛି । ପୋଲିସର ନିଃସକ୍ରିୟତା ଏବଂ ପାଟ୍ରୋଲିଂର ଅଭାବ ହେତୁ ଏଭଳି ଘଟଣା ଘଟିଥିବା କୁହାଯାଇଛି। କିଛି ଦିନ ଦୁର୍ବୃତ୍ତମାନେ ମନ୍ଦିର ଗୁଡିକୁ ଟାର୍ଗେଟ କରି ଲୁଟି ନେଇ ଫେରାର ହଉଛନ୍ତି l ଏଣୁ କେ ନୂଆଗାଁ ଥାନା ଇଲାକାରେ ଦିବା ଓ ରାତ୍ରି ପାଟ୍ରୋଲିଂ କରି ପାଇଁ ଜନସାଧାରଣ ପକ୍ଷରୁ ସାଧାରଣ ଦାବି ହେଉଛି ।

 

Dharitri – The Largest & Most Trusted Odia Daily