ଶୋ’ରୁମ କାନ୍ଥ ଭାଙ୍ଗି ନେଇଗଲେ ୨୫ କୋଟିର ଅଳଙ୍କାର

ନୂଆଦିଲ୍ଲୀ,୨୬।୯: ଜାତୀୟ ରାଜଧାନୀ ଦିଲ୍ଲୀର ଏକ ଜୁଏଲରୀ ଶୋ’ରୁମରେ କୋଟି କୋଟି ମୂଲ୍ୟର ଚୋରି ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ଭୋଗଲ ଅଞ୍ଚଳ ସ୍ଥିତ ଉମରାଓ ଜୁଏଲରୀ ଶୋ’ରୁମରେ ଘଟିଛି। ଲୁଟେରାମାନେ କାନ୍ଥ ଭାଙ୍ଗି ଶୋ’ରୁମ୍‌ ଲକରରେ ପ୍ରବେଶ କରିଥିଲେ। ସୂଚନା ପାଇବା ପରେ ନିଜାମୁଦ୍ଦିନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ ଶୋ’ରୁମରେ ଲଗାଯାଇଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରୁଛି।