ଘରେ କେହି ନ ଥିବାବେଳେ କଳାକନା ବୁଲାଇଲେ ଚୋର, ଲୁଟିନେଲେ…

ଅତାବିରା,୯ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଚକୁଳିଫାର୍ମରେ ବୁଧବାର ଏକ ବଡ଼ଧରଣର ଚୋରି ହୋଇଥିବା ଖବର ମିଳିଛି। ଘଟଣାସ୍ଥଳରେ ଅତାବିରା ପୋଲିସ ପହଞ୍ଚି ଯାଞ୍ଚ ଚଳାଇଛି। ପୂର୍ବାହ୍ନ ସାଢ଼େ ୧ଠଟାରେ ଅନୁସନ୍ଧନୀ କୁକୁର ଘଟଣାସ୍ଥଳରେ ପହଞ୍ଚିଛି।
ଘଟଣାରୁ ପ୍ରକାଶ ଯେ, ଚକୁଳିଫାର୍ମ ନୂଆଁ ଖଇରପାଲିରେ ସ୍ବର୍ଗତ କେ. ସତ୍ୟନାରାୟଣଙ୍କ ପତ୍ନୀ କେ. ସାବିତ୍ରୀ ଏକାକୀ ରୁହନ୍ତି। ତାଙ୍କ ସ୍ବାସ୍ଥ୍ୟଗତ ଚିକିତ୍ସା ପାଇଁ ଗତ ୨୦ ଦିନ ହେଲା ଘରେ ତାଲା ପକାଇ ଆନ୍ଧ୍ରପ୍ରଦେଶର ପାର୍ଥପୁରମ ଯାଇଛନ୍ତି। ଘର ମାଲିକାଣୀ ସାବିତ୍ରୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଗତ ରାତିରେ ଚୋରମାନେ ଘରେ କଳାକନା ବୁଲାଇଛନ୍ତି। ପ୍ରତିଦିନ ଘର ଝାଡୁ ମାରୁଥିବା କର୍ମଚାରୀ ପ୍ରଥମେ ଘରର ତାଲା ଭଙ୍ଗାଯାଇଥିବା ଦେଖି ସାମ୍ନାରେ ଥିବା ସାବିତ୍ରୀଙ୍କ ବଡ଼ ଭଉଣୀ ଏମ୍‌ ରାଜେଶ୍ୱରୀଙ୍କୁ ଖବର ଦେଇଥିଲେ। ପରେ ସାବିତ୍ରୀଙ୍କ ପୁତୁରା ଭି. ଓ୍ବାଇ. ଶେଖର ଅତାବିରା ଥାନାକୁ ଜଣାଇଥିଲେ। ଖବର ପାଇ ଅତାବିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।