କାର୍‌, ପିକଅପ ଭ୍ୟାନରେ କରୁଥିଲେ ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ, ଗଞ୍ଜେଇର ମୂଲ୍ୟ ଜାଣିଲେ…

ମୋହନା,୨୮।୧୦( ମନ୍ମଥ ମିଶ୍ର ): ୪୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଗଜପତି ଜିଲା ଅଡବା ଥାନା ବିରିକୋଟ ରାସ୍ତାରୁ ଜବତ କରିଛି ପୋଲିସ l ଗୋଟିଏ କାର୍‌ ଓ ଗୋଟିଏ ପିକଅପ ଭ୍ୟାନ ଜବତ ସହ ୭ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ବ୍ରହ୍ମପୁର ଓ ରା. ଉଦୟଗିରି ଥାନା ଅଞ୍ଚଳର ବୋଲି ଅଡବା ଥାନା ଅଧିକାରୀ କହିଛନ୍ତି। ସୋମବାର ବିରିକୋଟ ନିକଟରେ ଅଡବା ଥାନା ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ ଚାଲିଥିଲା । ମୋନ୍ଥାର ପ୍ରଭାବରେ ବର୍ଷା ତୁହାକୁ ଲାଗି ରହିଥିବାବେଳେ ଏହାର ସୁଯୋଗ ନେଇ ମାଫିଆମାନେ ଗୋଟିଏ କାର୍‌ ଓ ଗୋଟିଏ ପିକଅପ ଭ୍ୟାନରେ ଗଞ୍ଜେଇ ନେଉଥିଲେ । ପୋଲିସକୁ ଦେଖି କାର୍‌ ଓ ଭ୍ୟାନ ଅତି କ୍ଷିପ୍ର ଗତିଦେଇ ଯାଉଥିଲା, ଯାହାକି ପୋଲିସର ସନ୍ଦେହ ହୋଇଥିଲା । ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ପିକଅପ ଭ୍ୟାନରେ ୪ କୁଇଣ୍ଟାଲ ୧୫ କିଲୋ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଜଣାପଡିଥିଲା ପିକଅପ ଭ୍ୟାନରେ ଗଞ୍ଜେଇ ଥିବାବେଳେ କାର୍‌ ଏହାକୁ ଏସ୍କଟ କରି ନେଉଥିବା ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ। ପୋଲିସ ୧୫୮/ ୨୫ ରେ ମାମଲା ରୁଜୁ କରି କାର୍‌ ଓ ଗଞ୍ଜେଇ ଥିବା ମିନିଟ୍ରକକୁ ଜବତ କରି ୭ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି । ଅପରପକ୍ଷେ ଗଞ୍ଜେଇର ମୂଲ୍ୟ ପ୍ରାୟ ୪୧ ଲକ୍ଷ ଟଙ୍କା ହେବ ବୋଲି କହିବା ସହ ଘଟଣାର ତଦନ୍ତ ଚାଲିଥିବା ଆର ଉଦୟଗିରି ଏସଡିପିଓ ସୁରେଶ ଚନ୍ଦ୍ର ତ୍ରିପାଠୀ କହିଛନ୍ତି।

 

Dharitri – The Largest & Most Trusted Odia Daily

\