ମୋହନା,୫।୧୧(ମନ୍ମଥ ମିଶ୍ର): ଗାଁରେ ପଶି ଚୋରି କରୁଥିଲେ ବାଇକ। ଉଠିପଡିଲେ ଗାଁ ଲୋକେ ଆଉ ଡକାଡକି ହୋଇ ମାଡି ବସିଧରିଲେ ତିନି ଜଣ ଲୁଟେରାଙ୍କୁ l ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାରିଆବନ୍ଧ ଗାଁର l ସୂଚନା ପ୍ରକାରେ ବାରିଆବନ୍ଧ ଗାଁରେ ପଶି ସୋମବାର ଦିନ ଅର୍ଦ୍ଧ ରାତିରେ ତିନିଜଣ ଯୁବକ ଏକ ବାଇକ
(ଓଡିଠ୭ଏଜିଠ୨୬୯)କୁ ଚୋରି କରିବାବେଳେ ଉକ୍ତ ବାଇକ ମାଲିକ ଉଷାୟ ଶବରଙ୍କ ନିଦ ଭାଙ୍ଗି ଯାଇଥିଲା l ନିଜ ବାଇକକୁ କେହି ନେଇଯାଉଥିବା ଦେଖି ଚୋରଠାରୁ ନିଜର ବାଇକ ମୁକୁଳାଇବାକୁ ସାହସ କରିପାରି ନ ଥିଲା।
ଫଳରେ ଉଷାୟ ଗାଁର ସମସ୍ତ ଲୋକଙ୍କୁ ପାଟି କରି ଡାକିଥିଲେ ଓ ଉକ୍ତ ଚୋରମାନଙ୍କୁ ଗାଁ ଲୋକେ ଗୋଡ଼ାଇ ଗୋଡ଼ାଇ ଧରିବାରେ ସଫଳ ହୋଇଥିଲେ l ଶେଷରେ ଗାଁ ଲୋକେ ୧୧୨କୁ ଫୋନ କରିବାପରେ ମୋହନା ପୋଲିସ ବାରିଆବନ୍ଧ ଗାଁରେ ପହଞ୍ଚି ବାଇକ ଲୁଟେରା ତିନି ଜଣକୁ ଧରି ମୋହନା ଥାନାରେ ଜିମା ଦେଇଥିଲେ। ମୋହନା ଥାନା କେଶ ନମ୍ବର ୨୦୪/୨୫ରେ ମାମଲା ରୁଜ୍ଜୁ କରି ବାଇକକୁ ଜବତ କରିବାସହ ୩ ଆସାମୀକୁ ଗିରଫ କରିଛନ୍ତି। ଗିରଫ ତିନି ଜଣ ମଧ୍ୟରୁ ଦୁଇଜଣ ତାମିଲନାଡୁ ରାଜ୍ୟର ଟୁଟିକୋରିନର ଗନ୍ଧି ନାଥନ (୨୧) ହୋଇଥିବା ବେଳେ ଅନ୍ୟ ଜଣେ କୁଲାଥରର ପି ମାଥାମ ( ୨୨) ଏବଂ କେରଳର ମାଲାପୁର ପି ଅଜିତ (୨୯)କୁ କୋର୍ଟ ଚାଲାଣ କରିଥିବା ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ କହିଛନ୍ତି।