ରାତି ଅଧରେ ବେଆଇନ ଭାବେ ବିକ୍ରି କରୁଥିଲେ ମଦ, ଅଚାନକ ପହଞ୍ଚିଗଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୨।୧୧(ଅଶେଷ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଏନ.ବିଦେଶୀ ପାତ୍ରଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଶନିବାର ରାତି ପ୍ରାୟ ୧୦ ଟାରେ ଗାଁରେ ବେଆଇନ ଭାବେ ମଦ ବିକ୍ରି କରୁଥିବାବେଳେ ସେ ଧରା ପଡ଼ିଥିଲେ। ତାଙ୍କ ନିକଟରୁ ବିଭିନ୍ନ ନାମୀ ଦାମୀ କମ୍ପାନୀ ପ୍ରସ୍ତୁତ ବୋତଲରେ ଥିବା ୪୬.୭୪୦ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ଏସଆଇ ରାଜ କିଶୋର ପାତ୍ର ଥାନା ମାମଲା ନଂ.୩୯୫/୨୫ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିଲେ। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି।

 

Dharitri – The Largest & Most Trusted Odia Daily

\