କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା ଶିକକା ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସକାଳୁ ସେ ଡଙ୍ଗର ଚାଷ କାମ ପାଇଁ ଯାଇଥିବା ବେଳେ ହଠାତ୍ ଜଙ୍ଗଲରୁ ଆସିଥିବା ହାତୀ ତାଙ୍କୁ ଆକ୍ରମଣ କରିଥିଲ। ନିକଟରେ ଥିବା ଗ୍ରାମବାସୀମାନେ ହାତୀ ଘଉଡାଇବା ସହ ତାଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଡାକ୍ତରଖାନାକୁ ଆଣିଥିଲେ।
ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ, ତାଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ରାୟଗଡା ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ଅଞ୍ଚଳରେ ଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଛି। ଜଙ୍ଗଲ ବିଭାଗକୁ ସୂଚନା ଦିଆଯାଇଛି ଏବଂ ହାତୀ ଚଳଚଳନ ଉପରେ ନଜର ରଖାଯାଉଛି।