ବାଇକ୍‌ ନେଇ ସିଧା ପିଟିଦେଲେ ଦୋକାନ ଘରେ, ଆଉ ତା’ ପରେ…

ବାସୁଦେବପୁର,୧୨ା୧(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥ ପ୍ରସାଦ ପଞ୍ଚାୟତର ମିଶ୍ରପୁରଠାରେ ଏକ ଦୋକାନ ଘରକୁ ଧକ୍କା ଦେଇ ଦୁଇ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଦଧିବାମନପୁର ଗ୍ରାମର ଦେବାଶିଷ ମହାକୁଡ଼ (୨୦)ଓ ବଳିଆ ପରିଡ଼ା (୨୨) ରବିବାର ବିଳମ୍ବିତ ରାତିରେ ଉଭୟ ବାଇକ୍‌ରେ ପଦ୍ମପୁର ବିରସ ରାସ୍ତାରେ ଘରକୁ ଫେରୁଥିବା ବେଳେ ମିଶ୍ରପୁର ଜଗନ୍ନାଥ ମନ୍ଦିର ନିକଟରେ ଥିବା ଏକ ଦୋକାନ ଘରକୁ ଭାରସାମ୍ୟ ହରାଇ ପଶିଯାଇଥିଲେ, ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Dharitri – Odisha’s No.1 Odia Daily

Share