କୋରାପୁଟ,୯।୧୨(ଅମିତାଭ ବେହେରା ): କୋରାପୁଟ ଜିଲା ନାମ ସଂକୀର୍ତ୍ତନ ଭାଗବତ ସତସଙ୍ଗ ତରଫରୁ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋମବାର ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା କମିଟିର କାର୍ଯ୍ୟକର୍ତ୍ତାମାନେ କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ଉପସ୍ଥିତିରେ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। କୋରାପୁଟ ଜିଲାର ୧୪ ଟି ବ୍ଲକରେ ନାମ ସଂକୀର୍ତ୍ତନ ଦ୍ଭାଗବତ ସତସଂଘ ସଭାଗୃହ ନିର୍ମାଣ, ଜିଲା କାର୍ଯ୍ୟାଳୟ ନିର୍ମାଣ,ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପ୍ରଦାନ ଓ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି, ଜିଲାରେ କାର୍ଯ୍ୟ କରୁଥିବା ୯୦୦ ରୁ ଅଧିକ ସଂକୀର୍ତ୍ତନ ମଣ୍ଡଳୀର ଟୁଙ୍ଗୀ ନିମନ୍ତେ ଭୋଗ ମଣ୍ଡପ ନିର୍ମାଣ ଓ ସଂକୀର୍ତ୍ତନ ମଣ୍ଡଳୀର ସଦସ୍ୟ ସଦସ୍ୟାଙ୍କୁ ବିଭାଗୀୟ ଅଧିକାରୀଙ୍କ ଦସ୍ତଖତ ଥାଇ ପରିଚୟ ପତ୍ର ପ୍ରଦାନ ଆଦି ପ୍ରମୁଖ ଦାବି ରହିଥିବା ସଂଘ ତରଫରୁ କୁହାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଜିଲା କମିଟି ସଭାପତି ଡମ୍ବରୁଧର ନାୟକ, ସମ୍ପାଦକ ନାରାୟଣ ନାୟକ, ଉପସଭାପତି ଯୋଗେଶ ଖିଲ, କୋଷାଧକ୍ଷ ଇଶ୍ୱର ଖୀନବୁଡି, ସଦସ୍ୟ ମାଧବ ପୂଜରୀ ଓ ଭକ୍ତରାମ ଦାସଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।