ବିଲ୍‌ କରିବା ଆଶାରେ ଶୀଘ୍ର ଶେଷ କରୁଛନ୍ତି କାମ: ଠିକ୍‌ ଢଙ୍ଗରେ ଲାଗୁନି ଷ୍ଟ୍ରିଟ୍‌ ଲାଇଟ 

ଧର୍ମଶାଳା,୨।୮(ଶିବ ପ୍ରଶାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ବିଭିନ୍ନ ଗାଁରେ ଅନ୍ଧକାର ଦୂର କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ଷ୍ଟ୍ରିଟ୍‌ ଲାଇଟ ଲଗାଯିବା ବ୍ୟବସ୍ଥା ରହିଛି। କିନ୍ତୁ ଠିକ ଢଙ୍ଗରେ ଏହି  ଷ୍ଟ୍ରିଟ୍‌ ଲାଇଟଗୁଡ଼ିକ ଲଗା ଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଲାଇଟ ଲାଗୁଛି  ଓ ଜଳୁଛି ଏହାର ଆଲୋକ ମାତ୍ର ଉକ୍ତ ଖୁଣ୍ଟର ପାଖରେ କିଛ ନିର୍ଦ୍ଧିଷ୍ଟ ସ୍ଥାନରେ ପଡ଼ୁଚି। ଏମିତି କି ରାସ୍ତା ପାଶ୍ୱରେ ଲାଇଟ ଗୁଡ଼ିକ ଲାଗୁଥିଲେ ବି ରାସ୍ତା ଉପରକୁ ଲାଇଟ ପଡୁନାହିଁ।
ବ୍ଲକରୁ ମିଳିଥିବା ସୂଚନନୁସାରେ ଗୋଟିଏ ଷ୍ଟ୍ରିଟ ଲାଇଟ ଲଗାଯିବା ପାଇଁ ଆନୁମାନିକ ୪୯ହଜାର ଟଙ୍କାରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଉଛି। ପ୍ରତ୍ୟେକ ଗାଁ ଏବଂ ଛକ ମାନଙ୍କରେ ଏହି ଲାଇଟ ଗୁଡ଼ିକଯାଉଛି। ଯାହା ଫଳରେ ସାଧାରଣ ଲୋକ ରାତିସମୟ ଯାତାୟାତରେ କୌଣସି ଅସୁବିଧାର ସମ୍ମୁଖିନ ହେବେ ନାହିଁ। କିନ୍ତୁ ଠିକାଦାରଙ୍କ ଠକାମୀ ମନୋଭାବ ପାଇଁ ଏହି ଲାଇଟ ଗୁଡ଼ିକୁ ଲଗାଇ ବିଲ୍‌ କରିବା ଆଶାରେ ଶୀଘ୍ର କାମ ଶେଷ କରିବା ପାଇଁ ଯେମିତି ନାଇ ସେମିତି ଲାଇଟ ଗୁଡ଼ିକୁ ଲଗା ଯାଉଥିବା ଲୋକେ କହିଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ବି ସଠିକ ଭାବେ ଆଲୋକିକରଣ ହେଉ ନ ଥିବା ଦେଖିବାକୁ ମିଳୁଛି। ଏହା ଉପରେ ବ୍ଲକ ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକ ହିମାଂଶୁ ଶେଖର ସାହୁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।
Dharitri – Odisha’s No.1 Odia Daily