ଗ୍ରାହକଙ୍କୁ ଭୋଡାଫୋନ୍‌ ଆଇଡିଆର ଝଟକା: ମହଙ୍ଗା ହେଲା ଲୋକପ୍ରିୟ ୨ ପ୍ଲାନ୍‌

ନୂଆଦିଲ୍ଲୀ,୧।୧୨: ଟେଲିକମ୍‌ କମ୍ପାନୀ ଭୋଡାଫୋନ ଆଇଡିଆ(ଭିଆଇ) ନିଜର ଦୁଇଟି ପୋଷ୍ଟପେଡ୍‌ ପ୍ଲାନ ମହଙ୍ଗା କରିଛି। କମ୍ପାନୀ ନିଜର ଲୋକପ୍ରିୟ ପ୍ଲାନର ମୂଲ୍ୟ ୫୦ ଟଙ୍କା ଅଧିକ କରିଛି। ଏଥିରେ ୫୯୮ ଏବଂ ୭୪୯ ଟଙ୍କାର ପ୍ଲାନ୍‌ ରହିଛି। ଏବେ ଏହାକୁ ନେବାକୁ ହେଲେ ଗ୍ରାହକଙ୍କୁ ଯଥାକ୍ରମେ ୬୪୯ ଏବଂ ୭୯୯ ଟଙ୍କା ଦେବାକୁ ହେବ।

ତେବେ ୬୪୯ ଟଙ୍କାର ପ୍ଲାନ ଏକ ଫାମିଲି ପ୍ଲାନ। ଏଥିଯୋଗୁ ଏଥିରେ ମିଳିବାକୁ ଥିବା ୮୦ଜିବି ଡାଟାରୁ ପ୍ରାଇମେରି ୟୁଜରଙ୍କୁ ୫୦ ଜିବି ଓ ସେକେଣ୍ଡାରୀ ୟୁଜରଙ୍କୁ ୩୦ ଜିବି ମିଳିବ। ଏଥିସହ ଅନ୍‌ଲିମିଟେଡ୍‌ କଲିଂ ସହ ଅନ୍ୟାନ୍ୟ ସୁବିଧା ମିଳିବ। ସେହିଭଳି ୭୯୯ ଟଙ୍କାର ପ୍ୟାକ୍‌ରେ ୯୦ଜିବି ଡାଟା ସହ ଅନ୍‌ଲିମିଟେଡ୍‌ କଲିଂ ଏବଂ ଏସ୍‌ଏମ୍‌ଏସ୍‌ର ସୁବିଧା ରହିଛଇ। ଉପରୋକ୍ତ ପ୍ଲାନରେ ଏକ ବର୍ଷ ପର୍ଯ୍ୟନ୍ତ ଆମାଜନ ପ୍ରାଇମ୍‌ ଏବଂ ଜି-୫ ଦେଖିପାରିବେ।

Share