ବିନା ଅଡିଶନରେ ଆଗଧାଡ଼ିର ଏହି ଅଭିନେତ୍ରୀମାନେ ଫିଲ୍ମରେ କରିଥିଲେ ଏଣ୍ଟ୍ରି, ଜାଣନ୍ତୁ କେମିତି…

ମୁମ୍ବାଇ: ବଲିଉଡ୍‌ର ଆଗଧାଡ଼ିର କିଛି ଅଭିନେତ୍ରୀ ବିନା ଅଡିଶନରେ ଫିଲ୍ମରେ ଏଣ୍ଟ୍ରି କରିଛନ୍ତି। ଯେଉଁମାନେ ଆଜି ଜଣେ ଜଣେ ସଫଳ ଅଭିନେତ୍ରୀ ଭାବରେ ଇଣ୍ଡଷ୍ଟ୍ରିରେ ନାଁ ବି କମାଇଛନ୍ତି। ଜାଣନ୍ତୁ ଏହି ଅଭିନେତ୍ରୀମାନଙ୍କ ସମ୍ପର୍କରେ…

ଐଶ୍ୱର୍ଯ୍ୟା ରାୟ:

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଫିଲ୍ମ ପାଇଁ ଅଡିଶନ ଦେଇନାହାନ୍ତି। ସେ ତାଙ୍କ ମଡେଲିଂ ଯୋଗୁ ଫିଲ୍ମର ଅଫର ପାଇଥିଲେ।

ଦୀପିକା ପାଦୁକୋନ:

ଦୀପିକା ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। କିନ୍ତୁ ଏଥିପାଇଁ ସେ କୌଣସି ଅଡିଶନ ଦେଇନାହାନ୍ତି।

କାଜଲ:

ଡେବ୍ୟୁ ଫିଲ୍ମ ‘ବେଖୁଦି’ରେ କାଜଲଙ୍କ ଅଭିନୟ ନିର୍ଦ୍ଦେଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଏହା ପରେ ତାଙ୍କ ନିକଟରୁ ଫିଲ୍ମର ଅଫର ଛୁଟିଥିଲା।

ପ୍ରିୟଙ୍କା ଚୋପ୍ରା:

ପ୍ରିୟଙ୍କା ମଧ୍ୟ ଫିଲ୍ମ ପାଇଁ କୌଣସି ଅଡିଶନ ଦେଇନାହାନ୍ତି। ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ମଡେଲିଂ ପାଇଁ ନିର୍ଦ୍ଦେଶକଙ୍କ ନିକଟରୁ ଡେବ୍ୟୁ ଫିଲ୍ମ ଅଫର ପାଇଥିଲେ। ସେହିପରି କରୀନା କପୁର, କ୍ୟାଟ୍ରିନା କୈଫ୍‌ ମଧ୍ୟ ଅଡିଶନ ନ ଦେଇ ଫିଲ୍ମରେ ଡେବ୍ୟୁ କରିଥିଲେ।