ଟିମ୍‌ ଇଣ୍ଡିଆକୁ ଚିୟର କଲେ ବଲିଉଡ୍‌ର ଏସବୁ କଳାକାର

ମୁମ୍ବାଇ,୧୫ା୧୧: ମୁମ୍ବାଇର ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ସେମିଫାଇନାଲରେ ବଲିଉଡ୍‌ର ଅନେକ କଳାକାର ଉପସ୍ଥିତ ରହି ଟିମ୍‌ ଇଣ୍ଡିଆକୁ ଚିୟର କରୁଛନ୍ତି। ଅଭିନେତ୍ରୀ କିଆରା ଆଡଭାନୀ, ସିଦ୍ଧାର୍ଥ ମାଲହୋତ୍ରା, ରଣବୀର କପୁର, ବିକି କୌଶଲ, ଶାହିଦ କପୁର, ମୀରା ରାଜପୁତ ଏବଂ ଜନ୍‌ ଆବ୍ରହମ୍‌ ମଧ୍ୟ ଉପସ୍ଥିତ ଥିଲେ। ଆଜିର ଏହି ମ୍ୟାଚ୍‌ରେ ଅଭିନେତ୍ରୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଉପସ୍ଥିତ ରହି ସ୍ବାମୀଙ୍କୁ ଉତ୍ସାହିତ କରିଥିଲେ। ଏହି ମ୍ୟାଚ୍‌ରେ କୋହଲି ୫୦ତମ ଶତକ ପୂରଣ କରି ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି। ଆଜିର ମ୍ୟାଚ୍‌ରେ କୋହଲି ୧୧୩ଟି ବଲ୍‌ରୁ ୧୧୭ ରନ୍‌ ସ୍କୋର୍‌ କରିଛନ୍ତି।

Share
Tags: bollywood