Single woman alone swinging on the beach and looking the other seat missing a boyfriend
ବଦଳୁଥିବା ଜୀବନଶୈଳୀ ଲାଗି ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଯିବା ସ୍ବାଭାବିକ। ତେବେ ଏହି ପରିବର୍ତ୍ତନ ପାଇଁ ଜଣେ ଅନ୍ୟଜଣଙ୍କଠାରୁ ଭିନ୍ନ ହୋଇଥାନ୍ତି। କାହାକୁ ପରିବାର ସହିତ ମିଶିି ରହିବାକୁ ପସନ୍ଦ ଥିବା ବେଳେ କାହାକୁ ଏକୁଟିଆ ରହିବା ପସନ୍ଦ ହୋଇଥାଏ। ଏକୁଟିଆ ରହୁଥିବା ଲୋକଙ୍କ ପାଖରେ ଅନେକ କିଛି ଭଲଗୁଣ ଦେଖିବାକୁ ମିଳିଥାଏ। ଜାଣନ୍ତୁ ସେ ସମ୍ପର୍କରେ…
ଯେଉଁ ଲୋକ ଏକୁଟିଆ ରହିଥାନ୍ତି ସେମାନେ ନିଜକୁ ନିଜର ସବୁକିଛି ମନେ କରିଥାନ୍ତି। ତେଣୁ ସେମାନଙ୍କୁ କାହାର ଆବଶ୍ୟକତା ଦରକାର ପଡି ନ ଥାଏ। ଏକୁଟିଆ ଲୋକ କାହା ଉପରେ ନିର୍ଭର କରି ନ ଥାନ୍ତି ବା ତାଙ୍କୁ ନିର୍ଭର କରିବା ପସନ୍ଦ ହୋଇ ନ ଥାଏ।ଏମାନେ ସାଧୁତାର ସହ ସବୁ କାର୍ଯ୍ୟ ସମ୍ପନ୍ନ କରିବା ସହ ଭଲଭାବେ ଦାୟିତ୍ୱ ତୁଲାଇଥାନ୍ତି। ତେବେ ଯେଉଁମାନେ ଏକୁଟିଆ ରହିବାକୁ ପସନ୍ଦ କରିଥାନ୍ତି ସେମାନେ ଖୋଲା ବିଚାରଧାରାକୁ ପସନ୍ଦ କରିଥାନ୍ତି। କୌଣସି ସମୟରେ ସେମାନେ ତାଙ୍କ ନୈତିକ ମୂଲ୍ୟବୋଧକୁ ହରାଇବାକୁ ଦେଇ ନ ଥାନ୍ତି।