ନୂଆ ବର୍ଷ ପ୍ରଥମ ଦିନରେ ହେବ ଏହି ୫ ବଡ଼ ପରିବର୍ତ୍ତନ; ଆପଣଙ୍କ ପକେଟରେ ପଡ଼ିବ ପ୍ରଭାବ…!

ନୂଆଦିଲ୍ଲୀ,୨୮।୧୨: ଶେଷ ହେବାକୁ ଯାଉଛି ବର୍ଷ ୨୦୨୨। ନୂତନ ବର୍ଷ ୨୦୨୩କୁ ସ୍ବାଗତ କରିବା ଲାଗି ପ୍ରସ୍ତୁତି ଜୋରଦାର ହୋଇଛି। ଏସବୁ ମଧ୍ୟରେ ନୂଆ ବର୍ଷର ପ୍ରଥମ ଦିନରେ କିଛି ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ସିଧା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡ଼ିବ। ଆସନ୍ତୁ ଜାଣିବା ଏଲ୍‌ପିଜି ସିଲିଣ୍ଡରଠାରୁ ଆରମ୍ଭ କରି ବ୍ୟାଙ୍କ ଲକର୍‌ ନିୟମ ଭଳି ନିୟମ ବିଷୟରେ:-

୧ମ-ଜିଏସ୍‌ଟି ଇନଭଏସ୍‌ ନିୟମ:
ଜିଏସ୍‌ଟି ଇ-ଇନଭଏସ୍‌ କିମ୍ବା ଇଲେକ୍ଟ୍ରୋନିକ୍‌ ବିଲ୍‌ର ନିୟମ ଜାନୁୟାରୀ ପହିଲାରୁ ପରିବର୍ତ୍ତନ ହେବାକୁ ଯାଉଛି। ଇ-ଇନଭଏସ ପାଇଁ ସରକାର ୨୦ କୋଟିର ସୀମାକୁ କମ୍‌ କରି ୫ କୋଟି ଟଙ୍କା କରିଛନ୍ତି। ଏହି ନିୟମ ଲାଗୁ ହେବା ପରେ ଯେଉଁ ବ୍ୟବସାୟୀଙ୍କ ବାର୍ଷିକ କାରବାର ୫ କୋଟିରୁ ଅଧିକ, ସେମାନେ ଇଲେକ୍ଟ୍ରୋନିକ୍‌ ବିଲ୍‌ ଜେନେରେଟ୍‌ କରିବା ଜରୁରୀ ହେବ।

୨ୟ- ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ନୂଆ ନିର୍ଦ୍ଦେଶକ ମୁତାବକ ଜାନୁୟାରୀ ପହିଲାରୁ ବ୍ୟାଙ୍କ ଲକର୍‌କୁ ନେଇ ସ୍ଥିର ହୋଇଥିବା ନିୟମ ପରିବର୍ତ୍ତନ ହେବ। ନୂଆ ନିୟମ ଲାଗୁ ହେବା ପରେ ବ୍ୟାଙ୍କଗୁଡ଼ିକ ଉପରେ ଲଗାମ ଲାଗିବ। ସେମାନେ ଆଉ ଗ୍ରାହକଙ୍କ ସହ ମନଇଚ୍ଛା କିଛି କରିବାକୁ ସମର୍ଥ ହେବେ ନାହିଁ। ଏହାପରେ ବ୍ୟାଙ୍କଗୁଡ଼ିକର ଦାୟିତ୍ୱ ଆହୁରି ବୃଦ୍ଧି ପାଇବ। କାରଣ ଯଦି ଗ୍ରାହକ ଲକର୍‌ରେ ରଖିଥିବା ସାମଗ୍ରୀକୁ କୌଣସି କାରଣବଶତଃ କ୍ଷତି ପହଞ୍ଚେ ତେବେ ଏଥିପାଇଁ ବ୍ୟାଙ୍କ ଦାୟୀ ହେବ। ଏଥିଲାଗି ଗ୍ରାହକମାନଙ୍କୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏକ ଏଗ୍ରିମେଣ୍ଟ ସାଇନ୍‌ କରିବାକୁ ହେବ। ଏଥିଯେେଗେ ଗ୍ରାହକ ଲକର ନିୟମ ପରିବର୍ତ୍ତନ ବିଷୟରେ ଏସ୍‌ଏମ୍‌ଏସ୍‌ ଜରିଆରେ ସୂଚନା ପାଇବେ।

୩ୟ- ଗାଡ଼ି କିଣିବା ହେବ ମହଙ୍ଗା !
ଯଦି ଆପଣ ନିଜ ପାଇଁ ଅଥବା ନିଜ ପରିବା ଲାଗି ଗାଡ଼ି କିଣିବାର ଯୋଜନା କରୁଛନ୍ତି ତେବେ ଜାନୁୟାରୀ ୧, ୨୦୧୩ରୁ ଅଧିକ ଟଙ୍କା ଗଣିବାକୁ ହେବ। କାରଣ ଆରମ୍ଭରୁ ହିଁ ଅନେକ ଚାରି ଚକିଆ କମ୍ପାନୀ ନିଜର ଗାଡ଼ିର ମୂଲ୍ୟ ବୃଦ୍ଧି କରିବେ। ଟାଟା ପହିଲାରୁ ଦାମ ବଢ଼ାଇବା ନେଇ ଘୋଷଣା କରିସାରିଛି।

୪ର୍ଥ-କ୍ରେଡିଟ୍‌ କାର୍ଡ ନିୟମ:
ବେସରକାରୀ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ନିଜର କ୍ରେଡିଟ୍‌ କାର୍ଡ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି। ଏହା ଜାନୁୟାରୀ ପହିଲାରୁ ଲାଗୁ ହୋଇଯିବ। ଯଦି ଆପଣ ଏହି ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଛନ୍ତି ତେବେ ସେ ବିଷୟରେ ଜାଣିନେବା ଉଚିତ। ତେବେ କ୍ରେଡିଟ୍‌ କାର୍ଡ ଯେଗେ ପେମେଣ୍ଟ କରିବା ବେଳେ ମିଳୁଥିବା ରିଓ୍ବାଡ୍‌ ପଏଣ୍ଟର ନିୟମ ବଦଳିଯିବ।ଏଣୁ ନିଜ ପାଖରେ ଥିବା ରିଓ୍ବାର୍ଡ ପଏଣ୍ଟକୁ ବ୍ୟବହାର କରିନେବା ଭଲ।

୫ମ-ଏଲ୍‌ପିଜି-ସିଏନ୍‌ଜି-ପିଏନ୍‌ଜିର ମୂଲ୍ୟ:
ନୂଆ ବର୍ଷ ଆରମ୍ଭରୁ ଏଲ୍‌ପିଜି-ସିଏନ୍‌ଜି-ପିଏନ୍‌ଜିର ମୂଲ୍ୟକୁ ନେଇ ବଡ ନିଷ୍ପତ୍ତି ନିଆଯାଇପାରେ। ସାଧାରଣତଃ ତେଲ-ଗ୍ୟାସ କମ୍ପାନୀ ପ୍ରତି ମାସ ପ୍ରଥମ ତାରିଖରେ ଦାମ ସଂଶୋଧିତ କରିଥାନ୍ତି। ହେଲେ ନୂଆ ବର୍ଷରେ ସରକାରଙ୍କ ପକ୍ଷରୁ ସାଧାରଣଜନତାଙ୍କୁ ଆରାମ ମିଳିବ ବୋଲି ଆଶା କରାଯାଉଛି।

୬ଷ୍ଠ-ଫୋନ କମ୍ପାନୀଗୁଡ଼ିକ ପାଇଁ ନୂଆ ନିୟମ:
ଜାନୁୟାରୀ ପହିଲାରୁ ଫୋନ ନିର୍ମାତା କମ୍ପାନୀ ପାଇଁ ନୂଆ ନିୟମ ଆସିବ। ଏଥିପାଇଁ କମ୍ପାନୀଗୁଡ଼ିକୁ ପ୍ରତି ଫୋନର ଆଇଏମ୍‌ଇଆଇ ନମ୍ବର ରେଜିଷ୍ଟ୍ରେଶନ କରିବାକୁ ହେବ। ଏହାଛଡ଼ା ଯେଉଁ ଫୋନ ବିଦେଶୀ ଯାତ୍ରୀଙ୍କ ସହ ଭାରତ ଆସିଛି, ସେମାନଙ୍କର ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ ହେବ।