ଚନ୍ଦ୍ରଗ୍ରହଣରେ ଏହି ୩ ରାଶି ଉପରକୁ ମାଡି ଆସୁଛି ବଡ଼ ବିପଦ, ରୁହନ୍ତୁ ସତର୍କ , ନଚେତ୍‌ …

୨୦୨୫ ବର୍ଷର ନବମ ମାସ ଅର୍ଥାତ୍‌ ସେପ୍ଟେମ୍ବର ମାସ ଧାର୍ମିକ-ଜ୍ୟୋତିଷ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। ଏହି ମାସରେ ଅନନ୍ତ ଚତୁର୍ଦ୍ଦଶୀ, ଜୀବିତପୁତ୍ରିକା, ସର୍ବପିତୃ ଅମାବାସ୍ୟା ଏବଂ ଶାରଦୀୟ ନବରାତ୍ରି ଭଳି ବଡ଼ ପର୍ବ ପାଳନ କରାଯିବ। ଏହା ବ୍ୟତୀତ ମଙ୍ଗଳ, ଶୁକ୍ର ଏବଂ ସୂର୍ଯ୍ୟ ମଧ୍ୟ ଗୋଚର କରିବେ। ତଥାପି, ସେପ୍ଟେମ୍ବରରେ ଏକ ବଡ଼ ଖଗୋଳବିଜ୍ଞାନ ଘଟଣା ମଧ୍ୟ ଘଟିବାକୁ ଯାଉଛି, ଯାହା ଦେଶରୁ ବିଶ୍ୱ ପର୍ଯ୍ୟନ୍ତ ଧାର୍ମିକ କାର୍ଯ୍ୟକଳାପ ଉପରେ ବ୍ୟାପକ ପ୍ରଭାବ ପକାଇବ। ପ୍ରକୃତରେ, ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ୭ ସେପ୍ଟେମ୍ବର ୨୦୨୫ ରେ ହେବାକୁ ଯାଉଛି। ଏହି ଗ୍ରହଣ ନ୍ୟାୟର ଦେବତା ଶନିଙ୍କ ରାଶି, କୁମ୍ଭ ଏବଂ ପୂର୍ବଭାଦ୍ରପଦ ନକ୍ଷତ୍ରରେ ହେବ। ବିଶେଷ କଥା ହେଉଛି ଗ୍ରହଣ ସମୟରେ ଚନ୍ଦ୍ର ଏବଂ ରାହୁ କୁମ୍ଭରେ ଏକାଠି ବସିବେ। ଏପରି ପରିସ୍ଥିତିରେ, ଏହି ଗ୍ରହଣ କିଛି ରାଶି ଉପରେ ବିଶେଷ ପ୍ରଭାବ ପକାଇପାରେ।

ସିଂହ ରାଶି: ଗ୍ରହଣ ଯୋଗ ସିଂହ ରାଶି ଲୋକଙ୍କ ଅସୁବିଧା ବଢାଇପାରେ। ଏହି ସମୟରେ ଆପଣ କାମକୁ ନେଇ ସାବଧାନ ରହିବା ଉଚିତ୍‌। ଯାତ୍ରାରେ ଅଧିକ ଟଙ୍କା ଖର୍ଚ୍ଚ କାରଣରୁ ଚିଡଚିଡା ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ବିରୋଧୀ ଆପଣଙ୍କ ପଛରେ ଲାଗିବେ। ଏହା ସହିତ ନିବେଶ କ୍ଷେତ୍ରରେ ପଇସା ଇନଭେଷ୍ଟ କରିବାକୁ ଚାହୁଁଛନ୍ତି ତା’ହେଲେ ଭାବି ଚିନ୍ତି କରନ୍ତୁ।

ତୁଳା ରାଶି: ଗ୍ରହଣ ଯୋଗ ତୁଳା ରାଶି ଲୋକଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ। ଦେହ ଅସୁସ୍ଥ ହୋଇପାରେ। ଏହା ସହିତ ପରୀକ୍ଷା-ପ୍ରତିଯୋଗିତାର ପ୍ରସ୍ତୁତ କରୁଥିବା ଛାତ୍ର ଆହୁରି ଅଧିକ ପରିଶ୍ରମ କରିବେ। ବ୍ୟବସାୟରେ ସମସ୍ୟା ଦେଖାଯିବ। ହେଲେ ଆପଣ ଚିନ୍ତା ପ୍ରକଟ
ନ କରି ଧୌର୍ଯ୍ୟବାନ ରହିବ ଲାଭଦାୟକ ହେବ।

ମୀନ ରାଶି: ଗ୍ରହଣ ଯୋଗ ମୀନ ରାଶି ଲୋକଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ। କାମ ନ ହେବା କାରଣରୁ ଅଧିକ ଚିନ୍ତିତ ରହିବେ। କାର୍ଯ୍ୟକ୍ଷେତ୍ରରେ କାହାକୁ ମନର କଥା କୁହନ୍ତୁ ନାହିିଁ ନହେଲେ ଆପଣଙ୍କ ବିରେଧୀ ଏହାକୁ ଫାଇଦା ଉଠାଇବେ। ଚାକିରିରେ ଭଲ ଫଳାଫଳ ପାଇବାକୁ ହେଲେ ଅଧିକ ପରିଶ୍ରମ କରିବାକୁ ପଡ଼ିବ।