ପ୍ରାକୃତିକ ବାଷ୍ପ ପ୍ରାଇସିଂରେ ଆସିବ ସୁଧାର

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ଇ-ବିଡିଂକୁ ମଞ୍ଜୁରୀ ପ୍ରଦାନ କରିଛି। ଏହାଦ୍ୱାରା ପ୍ରାକୃତିକ ବାଷ୍ପ ପ୍ରାଇସିଂରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ଇଲେକ୍‌ଟ୍ରୋନିକ ବିଡିଂ ଲାଗି କେନ୍ଦ୍ର ନୂଆ ଗାଇଡ୍‌ଲାଇନ ପ୍ରସ୍ତୁତ କରିବ। ଲୋକଙ୍କୁ ସୁଲଭ ମୂଲ୍ୟରେ ଇନ୍ଧନ ଯୋଗାଣ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଏହାବାଦ ଇଷ୍ଟ-ଓ୍ବେଷ୍ଟ ମେଟ୍ରୋ କରିଡର ଲାଗି ୮,୫୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାର ପରିଧି ୧୬.୬ କି.ମି. ରହିବ। ଏଥିରେ ୧୨ଟି ଷ୍ଟେଶନ ରହିବ ବୋଲି ଜଣାପଡିଛି।