Tokyo: Japanese Olympic Committee President Yasuhiro Yamashita holds the Olympic Flame during the display ceremony at the Olympic Museum in Tokyo Monday, Aug. 31, 2020. The Olympic flame is going on display in Tokyo, just a short walk from the new National Stadium where it was supposed to be burning a month ago. AP/PTI Photo(AP31-08-2020_000085B)
ଟୋକିଓ, ୧ା୯(ଏପି): ମଙ୍ଗଳବାରଠାରୁ ଜାପାନ ଅଲିମ୍ପିକ ମ୍ୟୁଜିୟମରେ ଅତି କମ୍ରେ ଦୁଇ ମାସ ପର୍ଯ୍ୟନ୍ତ ଅଲିମ୍ପିକ ଜ୍ୟୋତି ପ୍ରଦର୍ଶନ କରାଯିବ। କୋଭିଡ୍-୧୯ ମହାମାରୀ ଆସି ନ ଥିଲେ ହୁଏତ ଏକ ମାସକ ପୂର୍ବେ ନବ ନିର୍ମିତ ନ୍ୟାଶନାଲ ଷ୍ଟାଡିୟମରେ ଶୋଭା ପାଇଥାନ୍ତା। ଅଲିମ୍ପିକ ଜ୍ୟୋତି ଗତ ମାର୍ଚ୍ଚ ମାସରେ ଗ୍ରୀସ୍ରୁ ଆସି ଜାପାନରେ ପହଞ୍ଚତ୍ଥିଲା। ମାତ୍ର କରୋନା ମହାମାରୀ ଯୋଗୁ ଅଲିମ୍ପିକ୍ସକୁ ଆସନ୍ତା ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବା ପରେ ଏହାକୁ ଗୋପନରେ ରଖାଯାଇଥିଲା। ସୋମବାର ଏକ ସଂକ୍ଷିପ୍ତ ଉତ୍ସବରେ ଅଲିମ୍ପିକ ଜ୍ୟୋତି ଉନ୍ମୋଚନ ହୋଇଛି। ଏହି ଅବସରରେ ଟୋକିଓ ଅଲିମ୍ପିକ ଆୟୋଜକ କମିଟି ସଭାପତି ୟୋଶିରୋ ମୋରି ଓ ଜାପାନିଜ୍ ଅଲିମ୍ପିକ କମିଟି ସଭାପତି ୟାସୁହିରୋ ୟାମାଶିତା ଉପସ୍ଥିତ ଥିଲେ। ନୂଆ ଷ୍ଟାଡିୟମର ନିକଟରେ ଜାପାନ ଅଲିମ୍ପିକ ମ୍ୟୁଜିୟମ ଅବସ୍ଥିତ। ପରିଦର୍ଶକମାନେ ମ୍ୟୁଜିୟମ ଭିତକରୁ ଯାଇ ଅଲିମ୍ପିକ ଜ୍ୟୋତିକୁ ଦେଖିପାରିବେ। ଜାପାନିଜ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ତାଙ୍କ ଅବସର ଘୋଷଣାର କିଛି ଦିନ ପରେ ଅଲିମ୍ପିକ ଜ୍ୟୋତିର ଉନ୍ମୋଚନ କରାଯାଇଛି।