ରାତିରେ ଚାଲୁଥିଲା ଜୁଆ ଖେଳ, ଅଚାନକ ପହଞ୍ଚିଗଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨।୯ (ଦିଲ୍ଲୀପ ସାମଲ) : ଚମାଖଣ୍ଡି ଥାନା ପୋଲିସ କୌଣସି ପ୍ରକାରେ ସୂଚନା ପାଇଁ ସୋମବାର ରାତିରେ ମାଟିଖାଲ ଅଂଚଳରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଏଥଥିରେ ୪ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ଏହା ସହ ଜୁଆ ଆଡ୍ଡାରୁ ୪୪ହଜାର ୮୪୦ ଟଙ୍କା ସହ ୨ବାଇକ, ୫ ଟି ମୋବାଇଲ, ଏଲଇ ବଲବ ଓ ତିନୋଟି ତାସ କାଟା ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏନେଇ ଥାନାରେ ୪୧୧/୨୫ ମାମଲା ରୁଜୁ କରିଛି ପୋଲିସ। ଚମାଖଣ୍ଡି ଥାନା ଅଧିକାରୀଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଅଭିଜିତ ସାମଲଙ୍କ ସମେତ ବହୁ କର୍ମଚାରୀ ସାମିଲ ହୋଇଥିଲେ।