Categories: Home Leftଖେଳ

ରୋହିତଙ୍କ ଅବସର ସମ୍ପର୍କରେ ଏଭଳି କହିଲେ ଡି’ ଭିଲିୟସ

ନୂଆଦିଲ୍ଲୀ,୧୩ା୩: ଦକ୍ଷିଣ ଆଫ୍ରିକାର ମହାନ୍‌ ବ୍ୟାଟର ଏବି ଡି’ ଭିଲିୟର୍ସଙ୍କ ମତରେ ରୋହିତ ଶର୍ମାଙ୍କ ପାଖରେ ଅବସର ନେବା ଲାଗି କିଛି କାରଣ ନାହିଁ। ଏଥିସହିତ ରୋହିତ ସର୍ବକାଳୀନ ମହାନ୍‌ ଦିନିକିଆ ଅଧିନାୟକ ହୋଇପାରନ୍ତି ବୋଲି ସେ କହିଛନ୍ତି। ଚାମ୍ପିୟନ୍ସ ଟ୍ରଫି ପରେ ରୋହିତ ଦିନିକିଆ ଫର୍ମାଟରୁ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ତୃତୀୟ ଟାଇଟଲ ଜିତିବା ପରେ ୩୭ ବର୍ଷୀୟ ରୋହିତ ତାଙ୍କ ଅବସର ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟାଇଥିଲେ।

ଅଧିନାୟକଙ୍କ ତୁଳନାରେ ରୋହିତଙ୍କ ବିଜୟ ପ୍ରତିଶତ ଦେଖନ୍ତୁ। ଏହା ପାଖାପାଖି ୭୪ ପ୍ରତିଶତ, ଯାହା କି ଅତୀତର ଯେକୌଣସି ଅଧିନାୟକଙ୍କଠାରୁ ଖୁବ୍‌ ଅଧିକ। ଯଦି ସେ ଏହା ଜାରି ରଖନ୍ତି, ତେବେ ସେ ଦିନିକିଆ କ୍ରିକେଟର ସର୍ବକାଳୀନ ମହାନ୍‌ ଅଧିନାୟକ ହୋଇପାରନ୍ତି। ଅବସର ନେଉ ନାହାନ୍ତି ବୋଲି ରୋହିତ କହିବା ସହିତ ଗୁଜବ ପ୍ରଚାରିତ ନ କରିବା ପାଇଁ ଅନୁରୋଧ କରିଛନ୍ତି। ସେ କାହିଁକି ଅବସର ନେବେ। ତାଙ୍କର ରେକର୍ଡ ଜଣେ ଅଧିନାୟକ ଓ ବ୍ୟାଟର ଭାବେ ଭଲ ରହିଛି। ସେ ଫାଇନାଲରେ ୭୬ ରନର ପାଳି ଖେଳି ଭାରତକୁ ଭଲ ଆରମ୍ଭ ଦେଇଥିଲେ।

ଚାପ ସବୁଠୁ ଅଧିକ ଥିଲା ବେଳେ ସେ ସାମ୍ନାରୁ ଦଳର ନେତୃତ୍ୱ ନେଇଥିଲେ। ତାଙ୍କ ପାଖରେ ଅବସର ନେବା ଲାଗି କୌଣସି କାରଣ ନାହିଁ। ତାଙ୍କ ରେକର୍ଡ ତାଙ୍କ ପାଇଁ କହୁଛି। କେବଳ ଏତିକି ନୁହେଁ, ସେ ତାଙ୍କ ଗେମ୍‌ରେ ପରିବର୍ତ୍ତନ ମଧ୍ୟ ଆଣିଛନ୍ତି। ଯଦି ଜଣେ ଓପନିଂ ବ୍ୟାଟର ଭାବେ ପାଓ୍ବରପ୍ଲେରେ ରୋହିତଙ୍କ ଷ୍ଟ୍ରାଇକରେଟକୁ ଦେଖିବା, ତେବେ ତାହା ଖୁବ୍‌ କମ୍‌ ଥିଲା। କିନ୍ତୁ ୨୦୨୨ ପରଠାରୁ ତାଙ୍କ ଷ୍ଟ୍ରାଇକରେଟ୍‌ରେ ଉନ୍ନିତ ଆସିଛି ବୋଲି ଡି’ଭିଲିୟର୍ସ ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି।