ମମତାଙ୍କ ଉପରେ ଆକ୍ରମଣ ହେବାର ପ୍ରମାଣ ନାହିଁ: ନିର୍ବାଚନ କମିଶନ

କୋଲକାତା,୧୪।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବାର ପ୍ରମାଣ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି। ଭିନ୍ନ ଭିନ୍ନ ରିପୋର୍ଟ ଯାଞ୍ଚ୍‌ କରି କମିଶନ ଏହା ଏକ ଦୁର୍ଘଟଣା ବୋଲି ଦର୍ଶାଇଛନ୍ତି। ତେବେ ନିର୍ବାଚନ କମିଶନଙ୍କ ରିପୋର୍ଟ ନେଇ ବିବ୍ରତ ନ ହୋଇ ମମତା ଦିଦି ଦକ୍ଷିଣ କୋଲକାତାରେ ୫ କିଲୋମିଟର ରୋଡ୍‌ ଶୋ ହ୍ବିଲ୍‌ଚେୟାରରେ ବସି କରିଛନ୍ତି। ରୋଡ୍‌ ଶୋ ପାର୍କ ଷ୍ଟ୍ରିଟ୍‌ଠାରୁ ଆରମ୍ଭ ହୋଇଛି। ସେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିଙ୍କ ପାଖରେ ପହଞ୍ଚି ଭୟ ନ କରି ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି।

Share